ସ୍ୱାୟତ୍ତଶାସନ ଉପଲକ୍ଷେ ବନ୍ଧୁତ୍ୱତମ କ୍ରିକେଟ ମ୍ୟାଚରେ କର୍ପୋରେଟର ଦଳକୁ ହରାଇ ମିଡ଼ିଆ ଏକାଦଶ ବିଜୟୀ l

64

ବ୍ରହ୍ମପୁର , ୨୫/୦୮/୨୨ ( ଜିଲ୍ଲା ଖବର ) : ସ୍ୱାୟତ୍ତଶାସନ ଉପଲକ୍ଷେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏକ ବନ୍ଧୁତ୍ୱ ମ୍ୟାଚ ଅନୁଷ୍ଠିତ କରିଥିଲା l ଏହି ବନ୍ଧୁତ୍ୱ ମ୍ୟାଚରେ ମିଡ଼ିଆ ଇଲେଭେନ ବନାମ କର୍ପୋରେଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଅତିଥି ଭାବେ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଅତିରିକ୍ତ ଆୟୁକ୍ତ ନୀଳମାଧଵ ଭୋଇ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଏହା ଏକ ଭାଇଚାରlର ଖେଳ ବୋଲି କହିଥିଲେ l

କର୍ପୋରେଟର ତରଫରୁ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା ଅଧିନାୟକ ଭାବେ ଟିମ ସମ୍ଭାଳିଥିବା ବେଳେ, ମିଡ଼ିଆ ତରଫରୁ ଚିରଞ୍ଜିତ ରାଜଗୁରୁ ଅଧିନାୟକ କରିଥିଲେ l ଗୁରୁବାର ଦିନ ଖଲ୍ଲିକୋଟ କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ଏକ ବନ୍ଧୁତ୍ୱ ମ୍ୟାଚ,ଏଥିରେ ମିଡ଼ିଆ ଏକାଦଶ ଓ କର୍ପୋରେଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ମିଡ଼ିଆ ଏକାଦଶ ଟସ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l

କର୍ପୋରେଟର ଦଳ ନିର୍ଦ୍ଧାରିତ ୧୫ ଓବର ମ୍ୟାଚରେ କର୍ପୋରେଟର ଦଳ ମାତ୍ର ୧୨ ଓବର ଖେଳି ସମସ୍ତ ଉଇକେଟ ହରାଇ ମାତ୍ର ୭୯ ରନ କରିଥିଲେ l ଦଳ ପକ୍ଷରୁ ଅଧିନାୟକ ବିକ୍ରମ କୁମାର ପଣ୍ଡା ପ୍ରଥମେ ବ୍ୟାଟିଙ୍ଗ କରି ୬ ବଲ ଖେଳି ୫ ରନ ଆଉଟ ହୋଇଯାଇଥିଲେ, ଦଳ ଧାରସାଇ ବେଳେ କର୍ପୋରେଟର ତ୍ରିପତି ପାତ୍ର ଧୂଆନ୍ଦlର ୨୪ ବଲ ଖେଳି ୨୪ ରନ ଓ କର୍ପୋରେଟର ସୂର୍ଯ୍ୟ କାନ୍ତ ସୁବୁଦ୍ଧି ୫ ବଲ ଖେଳି ୧୩ ରନ କରିଥିଲେ l

ମିଡ଼ିଆ ଏକାଦଶ ତରଫରୁ ବୋଲିଙ୍ଗରେ ମନୋଜ କୁମାର ପଣ୍ଡା ୩ ଓବର ପକାଇ ୧୩ ରନ ଦେଇ ୩ ଗୋଟି ଉଇକେଟ ଅକ୍ତିହାର କରିଥିଲେ ଓ ଗୋପାଳ ରେଡ୍ଡୀ ୨ ଓବର ପକାଇ ୧୫ ରନ ଦେଇ ୩ ଗୋଟି ଉଇକେଟ,ଚିରଞ୍ଜିତ ରାଜଗୁରୁ ଓ ବାବୁଲା ପାଣିଗ୍ରାହୀ ଗୋଟିଏ ଗୋଟିଏ ଉଇକେଟ ଅକ୍ତିହାର କରିଥିଲେ l

ଜବାବରେ ମିଡ଼ିଆ ଏକାଦଶ ୮ ଓବର ୩ଟି ବଲ ଖେଳି ଗୋଟିଏ ଉଇକେଟ ହରାଇ ଆବଶ୍ୟକ ରନର ପିଛା କରି ୮0 ରନ କରି ବିଜୟୀ ହୋଇଥିଲେ l ଦଳ ପକ୍ଷରୁ ଆଶ୍ରିବାଦ ୩୨ ବଲ ଖେଳି ୫୪ ରନ କରି ଅପରାଜିତ ରହିଥିଲେ,ପ୍ରଭଞ୍ଜନ ୧୨ ବଲ ଖେଳି ୭ ରନ କରି ଆଉଟ ହୋଇଯାଇଥିଲେ l ଏହି ମ୍ୟାଚକୁ ମିଡ଼ିଆ ଏକାଦଶ ୯ ଗୋଟି ଉଇକେଟ ରେ ମ୍ୟାଚ ଜିତି ନେଇଥିଲା l

ଆଜିର ମ୍ୟାଚରେ ମେନଅଫଦା ମ୍ୟାଚ ଭାବେ ଆଶ୍ରିବାଦଙ୍କୁ ବିଜେଡି ନେତା ଭୀମସେନ ଦଳେଇ ସ୍ୱତନ୍ତ୍ର ଭାବେ ପୁରସ୍କୃତ ଏକ ନିଆରା ଘୋଷଣା କରିଥିଲେମିଡ଼ିଆ ଟୀମ ବେଟିଂ କରୁଥିବେଳେ ଆଉଟ ହେଲେ ଦୁଇ ହଜାର ବିପକ୍ଷ ବୋଲର କରୁଥିବା କର୍ପୋରେଟର ଆଉଟ କଲେ ଦୁଇ ହଜାର ଏବଂପ୍ରତେକ ଛକା ପାଇଁ ଏକ ହଜାର ଯାହାକି ମିଡ଼ିଆର ଆଶ୍ରିବାଦ ଦୁଇଟି ଛକା ମାରିଥିଲେ । ଆଜିର ମ୍ୟାଚର ଅମ୍ପାୟାର ଭାବେ ସୁରଜ ଏବଂ ଈଶ୍ୱର ମେଚ ପରିଚଳନା କରିଥିଲେ l ଆସନ୍ତା ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ କାଯ୍ୟକ୍ରମରେ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରାଯିବ l