Home ଆଞ୍ଚଳିକ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍-୨୦୨୨ ଉଦ୍ଘାଟିତ ନୂତନ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ସ୍ମାର୍ଟଇଣ୍ଡିଆ ହ୍ୟାକଥନ୍-୨୦୨୨ ଉଦ୍ଘାଟିତ ନୂତନ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

61


ଗୁଣପୁର,୨୫ /୮/୨୦୨୨ ( ଜିଲ୍ଲା ଖବର ) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଏବଂ ଏ ଆଇ ସି ଟି ଇ ମିଳିତରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍-୨୦୨୨ ମହାଆଡମ୍ବରରେ ଶୁଭଉଦ୍ଘାଟିତ ହୋଇଯାଇଛି । ଏହି ଅଵସରରେ ମୁଖ୍ୟଅତିଥି ଭାବେ ରାୟଗଡା ପୁଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିବେକାନନ୍ଦ ଶର୍ମା ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବର୍ତ୍ତମାନ ଯୁଗରେ ନୂତନ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ପ୍ରଯୁକ୍ତି ବିଦ୍ୟାକୁ ଯୁବପିଡିମାନେ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ ।

ସଂମ୍ମାନୀୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ସଭାପତି ଡଃ ସତ୍ୟପ୍ରକାଶ ପଣ୍ଡା ଯୋଗ ଦେଇ ନୂତନ ଉଦ୍ଭାବନ ହିଁ ସମାଜକୁ ଆଗେଇ ନେଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉପ-ସଭାପତି ଡଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଅଭିନବକରଣରେ ବ୍ରତୀ ହେବା ନିମନ୍ତେ ଉପଦେଶ ଦେଇଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଭାରତ ସରକାରଙ୍କ ନୂଆଦିଲ୍ଲୀସ୍ଥିତ ଅଟଳ ଇନୋଭେସନ ମିଶନର ନିର୍ଦ୍ଦେଶକ ଡ଼ଃ ଚିନ୍ତନ ବୈଷ୍ଣବ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମର ଉପଯୋଗୀତା ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଜିଆଇଇଟି ବିଶ୍ୱବିଦ୍ୟାଳୟ ନୋଡାଲ ସେଣ୍ଟର ମୁଖ୍ୟ ଦେବାଙ୍ଗ ଦେବେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଭଵିଷ୍ୟତ ସ୍ୱପ୍ନକୁ ଆଜିର ଯୁବ ପିଡି ସାକାର କରିପାରିବେ ।

ସେଥିପାଇଁ ଦେଶରେ ୭୫ ଟି ସ୍ଥାନରେ ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ର ନୋଡାଲ ସେଣ୍ଟର ଆୟୋଜନ କରାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ଦେଶର ବର୍ତମାନ ଏବଂ ଆଗାମୀ ଭବିଷ୍ୟତ ସମସ୍ୟା ସମାଧାନ ଦିଗରେ ସହାୟକ ହେବା ସହିତ ଏହା ଯୁବ ନେତୃବର୍ଗ ସୃଷ୍ଟି କରିବା ସହ ବିଦ୍ୟର୍ଥୀମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ, ପ୍ରଦର୍ଶିନୀ କରିବାର ସୁଯୋଗ, ଦକ୍ଷତା ବୃଦ୍ଧି ଏବଂ ସ୍ୱାବଲମ୍ବନ ହେବାର ସୁଯୋଗ ସୃଷ୍ଟି କରିବ ନେଇ କହିଥିଲେ । କୂଳପତି ଡଃ ଗୌତମ ଘୋଷ ପ୍ରମୁଖ ମଂଚାସୀନ ରହି ଆଜିର ଏହି ସ୍ମାର୍ଟ ଇଣ୍ଡିଆ ହ୍ୟାକଥନ୍ ବିଷୟରେ କହିଥିଲେ । ବିଶ୍ଵବିଦ୍ୟାଳୟ ନୋଡାଲ ସେଣ୍ଟର ଇନଚାର୍ଜ ଡଃ ଶୁଭ୍ରଜିତ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ବିଶ୍ଵବିଦ୍ୟାଳୟରେ ମହା ନିର୍ଦ୍ଦେଶକ ଡଃ ଜଗଦିଶ ପଣ୍ଡା ,ରେଜିଷ୍ଟାର ଡଃ ଏନ ଭି ଜଗନ୍ନାଥ ରାଓ, ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ , ଅଧ୍ୟାପକ ,ଅଧ୍ୟାପିକା , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହା ସହ ଦେଶର ୭୫ଟି ନୋଡଲ ସେଣ୍ଟରଗୁଡିକୁ ଆଭାସୀ ମାଧ୍ୟ୍ୟମରେ ଏ ଆଇ ସି ଟି ଇ ର ଅଧ୍ୟକ୍ଷ ପ୍ରଫେସର ଅନିଲ ଡି ସହସ୍ର ବଧେ, ପେରସିସ୍ଟିଏଣ୍ଟ ସ୍ଵଷ୍ଟମ ଅଧ୍ୟକ୍ଷ ଡ଼ଃ .ଆନନ୍ଦ ଦେଶପାଣ୍ଡେ, କେନ୍ଦ୍ର ଶିକ୍ଷାମନ୍ତ୍ରାଳୟର ସଚିବ ଏକା ସାଙ୍ଗରେ ଶୁଭାରମ୍ଭ କରିଥିଲେ । ଉତ୍ସବରେ ପ୍ରାରମ୍ଭରେ ବିଦ୍ୟାଳୟର ପରିସର ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୁର୍ତିରେ ଅତିଥିଙ୍କ ଦ୍ୱାରା ପୁଷ୍ପମାଲ ଅର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରମୁଖ ଅଗ୍ରଣୀ ବୈଷୟିକ ଅନୁଷ୍ଠାନରୁ ୨୦୯ ଜଣ ପ୍ରତିଯୋଗୀକୁ ନେଇ ୩୧ ଟିମ ସହ ୩୭ ଜଣ ମେଣ୍ଟର ଯୋଗ ଦେଇଛନ୍ତି ଏବଂ ସେମାନେ ମନ୍ତ୍ରାଳୟ ଏବଂ ଶିଳ୍ପଗୁଡିକର ବିଭିନ ସମସ୍ୟା ବୈଷୟିକ ସମାଧାନ କରିବେ । ଭାରତ ସରକାର ଦ୍ୱାରା ଟଙ୍କା ପୁରସ୍କାର ଦିଆଯିବାର ବ୍ୟବସ୍ତା ରହିଛି । ଏହି କାର୍ଯ୍ୟକ୍ରମ ଆସନ୍ତା ଦୁଇ ଦିନ ଧରି ଚାଲୁରହିବ । ଆଜି ସନ୍ଧ୍ୟା ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଯୋଗିତା ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଗୁଣପୁରରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।