
ରାୟଗଡ଼ା , ୨୫/୦୮/୨୨ (ଜିଲ୍ଲା ଖବର ) : ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ମଝିରେ ଫସିଲେ ବାପା। ନଦୀରେ ଗାଧୋଉଥିବା ସମୟରେ ପୁଅ ଭାସିଯିବାରୁ ଉଦ୍ଧାର କରିବା ପାଇଁ ଯାଇ ଫସିଥିଲେ। ଦୀର୍ଘ ଦୁଇ ଘଣ୍ଟା ନଦୀ ମଝିରେ ଫସିବା ପରେ ଦମକଳବାହିନୀ ଯବାନ ଉଦ୍ଧାର କରିଥିଲେ। ହେଲେ ଭାସି ଯାଇଥିବା ପୁଅର ପତା ମିଳିନାହିଁ।


ଦମକଳବାହିନୀ ଯବାନ ମାନେ ଖୋଜାଖୋଜି କରୁଛନ୍ତି। ଉଦ୍ଧାର ହୋଇଥିବା ବାପା ହେଲେ ଏ. ଗୋପାଳ କ୍ରିଷ୍ଣା ଓ ତାଙ୍କ ଘର ଆନ୍ଧ୍ରପ୍ରଦେଶ ରାଜ୍ୟ ଏଲୁର ସହରରେ।

ନିଖୋଜ ଥିବା ପୁଅ ହେଲେ ଏ. ଅମରେଶ। ଏମାନେ ଆଜି ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ସକାଳୁ ଆସିଥିଲେ।

ଦର୍ଶନ କରିବା ପରେ ପ୍ରାୟ ଦଶ ଜଣ ମିଳିତ ଭାବେ ନାଗାବଳୀ ନଦୀର ଝୋଲାପୋଲ ବୁଲିବାକୁ ଯାଇଥିଲେ। ସେଠାରେ ଗାଧୋଇବା ସମୟରେ ଏହି ଘଟଣା ଘଟିଛି।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



