
ଛତ୍ରପୁର , ୨୫/୦୮/୨୨ ( ଜିଲ୍ଲା ଖବର ) : ଛତ୍ରପୁର ନିକଟସ୍ଥ ଯଂଜ୍ଞଶାଳ ଗ୍ରାମରେ ଏକ ନିର୍ମାଣ ପାଇଁ ଘରେ ରଖାଯାଇଥିବା ଇଟା ଗଦା ମଧ୍ୟରେ ଏକ ବିରାଟ ବଡ ଗୋଖର ନାଗ ସାପକୁ ଦେଖି ଘରର ଲୋକମାନେ ଭୟଭୀତ ହୋଇ ରହିଥିଲେ ।

ସେହି ସମୟରେ କାଳିଆବାଲିର ଜଣେ ଯୁବକ ପହଂଚି ସାପ ଉଦ୍ଧାରକାରି ତଥା ପଶୁପ୍ରେମୀ ସାମ୍ବାଦିକ କୁନା ମିଶ୍ର ମିଶ୍ରଙ୍କ ସହ ଯୋଗାଯୋଗ କରିଥିଲେ । କୁନା ଓ ତାଙ୍କ ସହଗୋଗୀ ଜଗା ବେହେରା ତୁରନ୍ତ ଉକ୍ତ ସ୍ଥାନରେ ପହଂଚି ସାପଟିକୁ ଉଦ୍ଧାର କରି ଦେଖିଲେ ।

ସାପ ଉପରେ ଇଟା ପଡି ଗୁରୁତର ଆହାତ ହୋଇଛି । ସଙ୍ଗେ ସଙ୍ଗେ ବ୍ରହ୍ମପୁର ପଶୁ ମେଡିକାଲକୁ ଆଣିଥିଲେ । ଡାକ୍ତର ହରିଶ୍ଚନ୍ଦ୍ର ଚିକିତ୍ସା କରିଥିଲେ ପରେ ସାପଟି ସୁସ୍ଥ ହେବାରୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।


ସେହିପରି ଆଜି ସକାଳ ୭ଘଣ୍ଟା ସମୟରେ ଓଟିଭି କେମେରାମେନ ପ୍ରଶାନ୍ତ ଫୁଲ ବଗିଚାରେ ଏକ ପାଣିଧଣ୍ଡ ଦେଖି ମୋତେ ଫୋନ କରିବାରୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡାଯାଇଥିଲା ।


