
ରାୟଗଡା , ୨୫/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମାଁ ମାଝୀ ଘରିଆଣି ଦେବୀଙ୍କ ଦାନବାକ୍ସ ପାଞ୍ଚ ମାସ ପରେ ପୁଣି ଆଜି ସକାଳ ୦୯ ଘଣ୍ଟା ସମୟରେ ଖୋଲା ଯାଇଛି।



ଚଳିତ ବର୍ଷ ମାର୍ଚ୍ଚ ମାସ ୧୬ ତାରିଖ ରେ ଦାନବାକ୍ସ ଖୋଲା ଯାଇଥିଲା, ଉକ୍ତ ସମୟରେ ସୁନା ୫୪ ତୁଳା ୩ଗ୍ରାମ ,କାଁସ୍ୟ ୨କେଜି ୬୦୦ ଗ୍ରାମ ଓ ନଗଦ ୭୮ଲକ୍ଷ୍ୟ ୮୮ ହଜାର ୪୦୫ ଦାନ ହୁଣ୍ଡିରୁ ମିଳି ଥିଲା,



ଆଜିର ସୁନା ଗହଣା ୧୦୪ ଗ୍ରାମ ରୂପା ୨ କେଜି ୬୭୯ ଗ୍ରାମ, ନଗଦ ଟଙ୍କା ଏକ କୋଟି ଏକ ଲକ୍ଷ୍ୟ ୨୩ ହଜାର ୩୮୦ ଟଙ୍କା ଓ ବିଦେଶୀ ମୁଦ୍ରା ୧୧ ଟି ପୁରୁଣା ୫୦୦ ଟଙ୍କା ତିନୋଟି ଦାନ ଆକାର ରେ ମିଳିଛି।



ପାଞ୍ଚ ମାସ ବ୍ୟବଧାନରେ ରାୟଗଡା ରେ ଇତିହାସ ସୃଷ୍ଟି କଲା ଏହି ହୁଣ୍ଡି ଖୋଲା ଯିବା କାର୍ଯ୍ୟକ୍ରମ ରେ ସହଯୋଗ କରିବା ନିମନ୍ତେ ଶ୍ରୀ ବାଲାଜୀ ମନ୍ଦିରର ମହିଳା ସେବାଦଳ, ମନ୍ଦିର କର୍ମଚାରୀ,




ଜେମ୍ସ ପାଠଶlଳାର ଛାତ୍ର ଓ ଛାତ୍ରୀ, ଉତ୍କଳ ଗ୍ରାମ୍ୟ ବେଙ୍କ କର୍ମଚାରୀ, ପୋଲିସ ଅଧିକାରୀ ଓ ରାୟଗଡା ତହସିଲଦାର ଉପସ୍ଥିତ ଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



