Home ଆଞ୍ଚଳିକ ଧରାକୋଟ ନିକଟସ୍ଥ ବନଦେବୀ ‘ମା କାଠୁରିଆ’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନିମନ୍ତେ ଦାବି।

ଧରାକୋଟ ନିକଟସ୍ଥ ବନଦେବୀ ‘ମା କାଠୁରିଆ’କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ନିମନ୍ତେ ଦାବି।

49

ଧରାକୋଟ (ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା ଧରାକୋଟ ଏକ ଐତିହାସିକ ଗଡ ରୂପରେ ପରିଚିତ।ରାଜରାଜୁଡା ସମୟରୁ ଧରାକୋଟ ଗଡର ପଶ୍ଚିମଦିଗରେ ଥିବା କାଠୁରିଆ ପର୍ବତ ଉପରେ ମା ବନଦେବୀଙ୍କ ମନ୍ଦିର ସାଙ୍ଗକୁ ଶାନ୍ତିଝର ନାମକ ଝରଣା ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ। କିମ୍ବଦନ୍ତୀ ଅନୁସାରେ ଲୋକେ ଯେତେବେଳେ କାଠ ହାଣିବା ନିମନ୍ତେ ବଣକୁ ଯାଆନ୍ତି ମା କାଠୁରିଆଙ୍କୁ ସ୍ମରଣ କରି ଯାଆନ୍ତି ଫଳରେ ହିଂସ୍ରଜନ୍ତୁଙ୍କ ଭୟରୁ ମୁକ୍ତିଲାଭ ମିଳୁଥିଲାର ବିଶ୍ୱାସ କରାଯାଏ। ପ୍ରାକୃତିକ ସମ୍ଭାର ସାଙ୍ଗକୁ ଆମୋଦଦାୟକ ପରିବେଶ ପର୍ଯ୍ୟଟକଙ୍କ ମନମୋହି ଥାଏ। ପିକନିକ୍ ପାଇଁ ପ୍ରତିଦିନ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଭିଡଜମାଇ ଥାଆନ୍ତି। ପର୍ଯ୍ୟଟନର ସମସ୍ତ ପ୍ରକାର ପରିବେଶ ଥିଲେ ମଧ୍ୟ ଏହାର ଉନ୍ନତିକରଣ ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରନ୍ତି। ଜିଲ୍ଲା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଯଦି ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କଲେ ଏହା ଗଞ୍ଜାମ ଜିଲ୍ଲାର ପ୍ରମୁଖ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ରୂପେ ପରିଗଣିତ ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ପରିସରକୁ ଆସିଛି।

ରିପୋଟର ରତ୍ନାକର ଶିଅ