
ଭୂବନେଶ୍ୱର,୨୫/୮(ଜିଲ୍ଲା ଖବର) : ଖଜୁରୀ ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ । ଅନେକ ରୋଗର ଉପଶମ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ । ଏହି ଖଜୁରୀ ପୁରୁଷମାନଙ୍କ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ପୁରୁଷମାନଙ୍କ ପାଇଁ ଖଜୁରୀ ଖାଇବା ସ୍ବାସ୍ଥ୍ୟ ଉପକାରୀ ହୋଇଥାଏ । ଏଥିରେ କ୍ୟାଲୋରୀ, ଫାଇବର, ପ୍ରୋଟିନ୍, ପୋଟାସିୟମ୍ ଏବଂ କପର ଭଳି ପୁଷ୍ଟିକର ତତ୍ତ୍ବ ମିଳିଥାଏ ।ଏଥିପାଇଁ ଏହା ଖାଇବା ଦ୍ବାରା ପୁରୁଷମାନଙ୍କଠାରେ ଶାରୀରିକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଦୁର୍ବଳତା କମ୍ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପୁରୁଷମାନଙ୍କ ପାଇଁ ଖଜୁରୀ କେତେ ଉପକାରୀ ।
ପାଚନ ପ୍ରକ୍ରିୟାକୁ ମଜଭୁତ କରେ : ଖଜୁରୀ ଖାଇବା ଦ୍ବାରା ପୁରୁଷମାନଙ୍କର ହଜମ ପ୍ରକ୍ରିୟାଜନିତ ସମସ୍ୟା ଦୂର ହୋଇପାରେ । ଏହା କୋଷ୍ଠକାଠିନ୍ୟ କମ୍ କରାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଫଳରେ ପେଟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ତେଣୁ ପୁରୁଷମାନେ ପ୍ରତିଦିନ ଖଜୁରୀ ଖାଇବା ଉଚିତ୍ ।
ମସ୍ତିଷ୍କ ଶକ୍ତି ବୃଦ୍ଧି କରେ :ଖଜୁରୀ ଖାଇବା ଦ୍ବାରା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡିଥାଏ । ଖଜୁରୀରେ ଭିଟାମିନ୍ ବି ଏବଂ କୋଲିନ୍ …



