ଗାଁ ସାଥୀ ମାନଙ୍କୁ ପରିଚୟ ପତ୍ର ବଣ୍ଟନ ।

122

କନ୍ଧମାଳ , ୨୫/୦୮/୨୨। ( ଜିଲ୍ଲା ଖବର) : ଜିଲ୍ଲା ଚକାପାଦ ବ୍ଲକ ଅଧିନରେ ଗାଁ ସାଥି ମେଟ ଭାବେ କାର୍ଯ୍ୟ ସମ୍ପାଦନ କରି ଆସୁଥିବା ସମସ୍ତ ୧୪୦ ଜଣ ଗାଁ ସାଥୀ ଙ୍କୁ ଚକାପାଦ ପଞ୍ଚାୟତ ସମିତି ପକ୍ଷରୁ ଆଜି

ଆରାବାକା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚୟପତ୍ର ପ୍ରଦାନ କରାଯାଇଛି ।

ଦିର୍ଘ ଦିନ ହେବ ଗାଁ ସାଥି ମେଟ୍ ମାନେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳ ମାନଙ୍କରେ କାର୍ଯ୍ୟକରି ଆସୁଛନ୍ତି କିନ୍ତୁ ସେମାନଙ୍କ ପାଖରେ କୌଣଷି ପ୍ରମାଣ ପତ୍ର ନଥିବାରୁ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିଲେ । ତେଣୁ ସେମାନଙ୍କୁ ପରିଚୟ ପତ୍ର ପାଇଁ ବରମ୍ବାର ଦାବି କରିଆସୁଥିଲେ ।

ଦାବୀ ସ୍ୱରୂପ ଚକାପାଦ ବିଡିଓ ଗାଁ ସାଥି ମେଟ୍ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଛନ୍ତି l ତେବେ ଏହି ପରିଚୟ ପତ୍ର ସେମାଙ୍କର ବହୁତ ସହାୟକ ହେବ ବୋଲି ଗାଁ ସାଥି ମେଟ୍ ମାନେ କହିବା ସହ ଜବ କାର୍ଡ ଧରି ଏବଂ ଗାଁ

ସାଥି ମେଟ୍ ମାନଙ୍କୁ ଅନ୍ୟ ଜିଲ୍ଲା ମାନଙ୍କରେ ୨୦୦ ଦିନ କାର୍ଯ୍ୟ ଦିଆ ଯାଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ୧୦୦ ଦିନ ଦିଆଯାଉଛି ତେଣୁ ଅନ୍ୟ ଜିଲ୍ଲା ଭଳି କନ୍ଧମାଳ ରେ ମଧ୍ଯ ୨୦୦ ଦିନ କାର୍ଯ୍ୟ ପ୍ରଦାନ ନିମନ୍ତେ ଦାବୀ କରିଛନ୍ତି l

କାର୍ଯ୍ୟକ୍ରମ ରେ ଚକାପାଦ ବ୍ଲକ ବିଡିଓ ଅନିଲ କୁମାର ପଟ୍ଟନାୟକ ,ଏପିଓ ନବନିତା ତ୍ରିପାଠୀ , ଚେୟାରମ୍ୟାନ ବୈ ନେତ୍ରୀ କହଁର , ଭାଇସ ଚେୟାରମ୍ୟାନ, ୧୨ ଟି ପଞ୍ଚାୟତର ସରପଞ୍ଚ, ଗାଁ ସାଥି ମେଟ୍ ର ଜିଲ୍ଲା

ସଭାପତି, ବ୍ଲକ ସଭାପତି, ପଞ୍ଚାୟତ ସଭାପତି ଙ୍କ ସମେତ ବ୍ଲକ ର କର୍ମଚାରୀ ଏବଂ ସମସ୍ତ ଗାଁ ସାଥି ମେଟ୍ ଉପସ୍ଥିତ ଥିଲେ l