
ଶେରଗଡ , ୨୪/୦୮/୨୨ ( ଜିଲ୍ଲା ଖବର ) : ନିଖିଳ ଉତ୍କଳ ଶୈବ ପାଞ୍ଚାଳ ବିଶ୍ବ ବ୍ରାହ୍ମଣ ସମାଜ ର ୭ମ ମହାଅଧିବେଶନ ୩ ଦିନ ଧରି ତରାତାରିଣୀ ପୀଠ ରେ ଅନୁଷ୍ଠିତ ହୋଇଥିଲା। ଅଧିବେଶନ ର ଅନ୍ତିମ ଦିନ ରେ ସଭାପତି ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ଏହି ପଦବୀ ରେ ଡି.ଶିବ ଶଙ୍କର ଆଚାରୀ ଓ ଆର.ଚିଦାନନ୍ଦ ଆଚାରୀ ଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା।

ଏହି ପ୍ରତିଦ୍ବନ୍ଦିତା ରେ ଡି.ଶିବ ଶଙ୍କର ଙ୍କୁ ୩୬୮ ଭୋଟ ଓ ଆର.ଚିଦାନନ୍ଦ ଙ୍କୁ ୩୧୨ ଭୋଟ ମିଳିଥିଲା,ଡି.ଶିବ ଶଙ୍କର ୫୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସଭାପତି ଭାବେ ନିର୍ବାଚିତ ହୋଈଛନ୍ତି।

ସଭାପତି ନିର୍ବାଚନ ପରେ ସର୍ବସମ୍ମତି କ୍ରମେ ଅନ୍ୟ ପଦବୀ ଗୁଡିକ ଲାଗି କର୍ମକର୍ତ୍ତା ଚୟନ କରାଯାଇଥିଲା।
ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


