
ରାୟଗଡ଼ା , ୨୪/୦୮/୨୨ (ଜିଲ୍ଲା ଖବର) : ରାୟଗଡା ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମା ଙ୍କ ହୁଣ୍ଡି ଦୀର୍ଘ ପାଞ୍ଚ ମାସ ପରେ ଆଜି ଖୋଲାଗଲା ,
ହୁଣ୍ଡି ରୁ ପୁଳା ପୁଳା ଟଙ୍କା ସହ ସୁନା ,ଅଳଙ୍କାର ଓ ବିଦେଶୀ ନୋଟ ଆମେରିକା ଡଲାର ଓ ଆଫ୍ରିକା ର ନୋଟ ବାହାରିଛି ।


ଦାନ ଆକାରରେ ଏହି ଟଙ୍କା ,ସୁନା ଓ ଅଳଙ୍କାର କୁ ଭକ୍ତ ମାନେ ହୁଣ୍ଡି ରେ ପକାଇ ଥାନ୍ତି ।


ଆଜି ହୁଣ୍ଡି ଖୋଲାଯିବା ପରେ ଟଙ୍କା ସୁନା ଗଣତି ଆରମ୍ଭ ହୋଇଛି । ବିଶେଷ କରି ଓଡିସା ସହ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ର ଭକ୍ତ ମାନେ ଦାନ ଆକାରେରେ ଏହି ହୁଣ୍ଡି ରେ ଟଙ୍କା ,ସୁନା ପକାଇଥାନ୍ତି ।



ଭେଙ୍କେଟେସ୍ବର କଲ୍ୟାଣ ମନ୍ଦିର ଓ ଜେମେଶ ଟୁଟିରିଆଲ ର ସଭ୍ୟ ମାନେ ଗଣତି କାର୍ଯ୍ୟ ରେ ସହଯୋଗ କରୁଛନ୍ତି । ଗତ ମାର୍ଚ୍ଚ ମାସରେ ହୁଣ୍ଡି ରୁ ପ୍ରାୟ ୭୫ ଲକ୍ଷ ଟଙ୍କା ସହ ୫୪ ଗ୍ରାମ ସୁନା ଓ ୨ କିଲୋ ୬୦ ଗ୍ରାମ ରୁପା ବାହାରିଥିଲା ।



ଗଣତି କାର୍ଯ୍ୟ ଆଜି ରାତ୍ର ୮ ବେଳକୁ ସରିବା ପରେ ପ୍ରକୃତ ଟଙ୍କା ଓ ସୁନା ଅଳଙ୍କାର ର ପରିମାଣ ଜଣାପଡିବ ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



