
ଆସିକା ,୨୪/୦୮ ( ଜିଲ୍ଲା ଖବର ) : ସମଗ୍ର ଶିକ୍ଷା, ଗଞ୍ଜାମ ଆନୁକୂଲ୍ୟରେ, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆସିକାର ତତ୍ତ୍ଵାବଧାନରେ ବାଲିସିରା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କ ନିମନ୍ତେ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ ଶିବିରକୁ ଏ.ବି.ଇ ଓ ଆସିକା ଭଞ୍ଜ ବେହେରା ଉପସ୍ଥିତ ରହି ଉଦଘାଟନ କରି ସମାଜରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମାନ ଅଧିକାର, ବିଦ୍ୟାଳୟ ସ୍ତରରେ ସହ ଶୈକ୍ଷକ ଏବଂ ଶୈକ୍ଷକ ସ୍ତରରେ ବିକାଶ, ଉଚ୍ଚାମନା ଏବଂ ଦୃଢ଼ ଆତ୍ମ ବିଶ୍ବାସର ସହ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ସଫଳତାକୁ ଆଲୋଚନା କରି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଗୁରୁଦାୟିତ୍ଵ କିପରି ସଫଳ କରି ପାରିବେ , ତା’ ଉପରେ ଆଲୋଚନା କରିଥିଲେ । ଉକ୍ତ ଶିବିରକୁ ବାଲିସିରା , ନିମିନା , କେନ୍ଦୁପଦର , ଗଙ୍ଗାପୁର , କେ ନୂଆପଲ୍ଲୀ କ୍ଳଷ୍ଟରର ୫୦ ରୁ ଅଧିକ ଅଭିଭାବକ ଯୋଗ ଦେଇ ତାଲିମ ନେଇଥିଲେ । ଉକ୍ତ ଶିବିରକୁ ସାଧନ କର୍ମୀ ଭାବରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଗହଙ୍ଗୁର ଶିକ୍ଷୟିତ୍ରୀ ସନ୍ତୋଷିନୀ ରାଉତ , ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ମନ୍ଦାକିନୀ ରଥ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କ ପାଇଁ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଆଇନ , ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ବିଭିନ୍ନ ସୁବିଧା ସୁଯୋଗ ସମଗ୍ର ଶିକ୍ଷା ତରଫରୁ ଏବଂ ସରକାରୀ/ ବେସରକାରୀ ସ୍ତରରୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ , ବିଭିନ୍ନ ପ୍ରକାର ବୃତ୍ତି ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ ଶିବିରରେ ରାମ ପଟ୍ଟନାୟକ ସହକାରୀ ଶିକ୍ଷକ , ସି ଆର୍ ସି ସି ଧୋବା ବେହେରା , ଅନ୍ତର୍ନିବେଶି ଶିକ୍ଷା ସ୍ବେଛାସେବୀ ଅନିଲ କୁମାର ବିଷୋୟୀ, ଗିତାଞ୍ଜଳି ଜେନା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


