
ମୋହନା , ୨୩/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ଥିବା ତିବତିଆନ୍ ସୋସାଇଟିରେ ସାରାଭାରତରେ ୧୫ ଗୋଟି ତିବତିଆନ ଷୋସାଇଟିକୁ ନେଇ ଆଜି ବହୁତ୍ ବଡ଼ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l



ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଙ୍କ ସହ ଏହି ଉତ୍ସବରେ ଉପସ୍ଥିତ ଥିଲେ ହିମାଞ୍ଚଲ୍ ପ୍ରଦେଶର ଚିଂଜନ୍ ରିସାନ୍ ଏବଂ ଅନ୍ୟ ତିବତାନ ଷୋସାଇଟିର ମୁଖ୍ୟ ରିପ୍ରେଜେଣ୍ଟିବ ମାନେ ।

ଏହି ଉତ୍ସବ ପ୍ରତ୍ୟକ ବର୍ଷ ଅନ୍ୟ ଅନ୍ୟ ସ୍ଥାନରେ ଥିବା ଷୋସାଇଟିରେ ଅନୁଷ୍ଠିତ ହୋଇଥାଏ , କିନ୍ତୁ ଏହି ବର୍ଷ ଚନ୍ଦ୍ରଗିରି ଠାରେ ଏହା ଅନୁଷ୍ଠିତ ହୋଇଥିବାରୁ ଚନ୍ଦ୍ରଗିରି ସେଟେଲମେଣ୍ଟ କ୍ୟାମ୍ପ ର ତିବତିଆନ୍ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଦେଇଛି ।


ଏହି ଉତ୍ସବଟି ଚନ୍ଦ୍ରଗିରି କାନାରା ବ୍ୟାଙ୍କ ନିକଟସ୍ଥ ଫୁଣ୍ଟସୋକଲିଙ୍ଗ ତିବତିଆନ୍ ସେଟେଲମେଣ୍ଟ ଅଫିସ ସାମ୍ନାରେ ପାଳନ କରାଯାଇଥିଲା l ଏହି ଉତ୍ସବରେ ତିବତିଆନ ପରମ୍ପରା ଅନୁଯାୟୀ ପାରମ୍ପରିକ ନୃତ୍ୟ ମଧ୍ୟ ଦେଖିବାକୁ ମିଳିଥିଲା l
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



