
ମୋହନା , ୨୩/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ରାଜବସା ଗ୍ରାମ ଠାରେ ଏକ ନୂତନ ପଞ୍ଚାୟତ ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚ୍ୟାରମେନ ରଞ୍ଜିବ ଶବର,ଜିଲ୍ଲା ପରିଷଦ ସଭ୍ୟ ଓ ସମସ୍ତ ଜଣ ପ୍ରତିନିଧି ଉପସ୍ଥିତ ଥିଲେ ।

ବିରିକୋଟ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ମସା ମାଝିଙ୍କ ନେତୃତ୍ଵରେ 16 ଗୋଟି ଗ୍ରାମର ଜଣ ପ୍ରତିନିଧି ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।


କାରଣ ବର୍ତ୍ତମାନ ଯେଉଁ ପଞ୍ଚାୟତରେ ଅଛନ୍ତି ସେହି ପଞ୍ଚାୟତକୁ ରାସନ ସାମଗ୍ରୀ ଓ ବାର୍ଧ୍ୟକ ଭତ୍ତା ନେବାକୁ ହେଲେ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡୁଥିବା କହିଛନ୍ତି ଗ୍ରାମ ବାସୀ ।


ଏହା ୩ ଗୋଟି ଗ୍ରାମ ପଞ୍ଚାୟତ ର ୧୬ ଗୋଟି ଗ୍ରାମର ମୁଖ୍ୟ ପେଣ୍ଠ ସ୍ଥଳୀ ରାଜବସା ହୋଇଥିବା ବେଳେ ଏଠାରେ ପଞ୍ଚାୟତ ନିର୍ମାଣ କରାଗଲେ ସମସ୍ତ ଗ୍ରାମ ବାସୀ ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି । ଏଣୁ ଏ ନେଇ ଜିଲ୍ଲାପାଳ ତଥା ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



