Home ଆଞ୍ଚଳିକ ସୋନାପୁର ବେଳାଭୂମିରେ ଜନାରଣ୍ୟ

ସୋନାପୁର ବେଳାଭୂମିରେ ଜନାରଣ୍ୟ

75

ସୋନାପୁର, ୩/୧(ଋଷିକେଶ ବେହେରା) ; ନୁଆଁ ବର୍ଷକୁ ସ୍ୱାଗତ କରବା ଲାଗି ଆଖ ପାଖ ଅଞ୍ଚଳବାସୀ ଓ ରାଜ୍ୟର କୋଣ ଓ ଅନୁକୋଣରୁ ବହୁ ପର୍ୟ୍ୟଟକ ଛୁଟି ଆସନ୍ତି I ସେଠାରେ ଥିବା ସମୁଦ୍ରକୁଳରେ ସ୍ନାନ କରିବା ଏବଂ ସମୁଦ୍ର ବେଳାଭୁମିର ସୌନ୍ଦର୍ୟ୍ୟ ଉପଭୋଗ କରୁଥିବା ବେଳେ ଅନ୍ୟ କିଛି ପର୍ୟ୍ୟଟକ ମାନେ ନିକଟସ୍ଥ ଝାଉଁ ବଣରେ ବଣଭୋଜି କରି ପରିବାର ସହ ବେଶ ଆନନ୍ଦିତ ହୋଇଥାନ୍ତି I ଗୀତ ଓ ନାଚର ତାଳେ ତାଳେ ନାଚି ପୁରୁଣା ବନ୍ଧୁ ମାନଙ୍କ ସହ ମିଶିବାର ଗୋଟିଏ ସୁବର୍ଣ୍ଣ ସୁଯୋଗ ବୋଲି ମାନେ କରିଥାନ୍ତି I ବ୍ରହ୍ମପୁର ଠାରୁ ସୋନାପୁର ପର୍ୟ୍ୟନ୍ତ ୨୫ କିଲୋମିଟର ଦୂରତା ଏଥିରେ ସୋନାପୁରର ଯୁବଗୋଷ୍ଟି ଏକତ୍ରିତ ହୋଇ ଗାଡି ରଖିବା ଓ ପର୍ୟ୍ୟଟନ ସ୍ଥାନ ପରିଦର୍ଶନ କରିବାରେ ପର୍ୟ୍ୟଟକ ମାନଙ୍କୁ ରାସ୍ତା କଡ଼ାଇ ନେଇଥିଲେ I ଏଥିରେ ସମିତି ସଭ୍ୟ ଜୋତ୍ସନା ବେହେରା ସରପଞ୍ଚ ମଞ୍ଜୁଲତା ବେହେରା I