Wednesday, November 11, 2026
Home ଆଞ୍ଚଳିକ ଧରାକୋଟ ,ଶୋଚନୀୟ ସ୍ଥିତିରେ ଅଙ୍ଗନୱାଡ଼ି କେନ୍ଦ୍ର,ଶିଶୁଙ୍କ ସୁରକ୍ଷା ପ୍ରଶ୍ନବାଚୀ

ଧରାକୋଟ ,ଶୋଚନୀୟ ସ୍ଥିତିରେ ଅଙ୍ଗନୱାଡ଼ି କେନ୍ଦ୍ର,ଶିଶୁଙ୍କ ସୁରକ୍ଷା ପ୍ରଶ୍ନବାଚୀ

67

ଧରାକୋଟ,୨୨/୮(ଜିଲ୍ଲା ଖବର) : ଆଜିର ଶିଶୁ କାଲିର ନାଗରିକ ,ଦେଶର ଆଗାମୀ ଭବିଷ୍ୟତ ।ସେମାନଙ୍କ ସୁରକ୍ଷା, ଶିକ୍ଷା,ଦୀକ୍ଷା ଦାୟିତ୍ଵ ସୁଚାରୁ ରୁପେ ପାଳନ ପାଇଁ ରହିଛି ସରକାରଙ୍କ ଶିଶୁ ବିକାଶ ବିଭାଗ। ବିଭାଗ ତରଫରୁ ନିୟମିତ ଭାବରେ ଅଙ୍ଗନ ୱାଡ଼ି କେନ୍ଦ୍ରକୁ ସୁପରଭାଇଯର ମାନେ ପରିଦର୍ଶନ କରି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଥାନ୍ତି ।ଶିଶୁର ବୌଦ୍ଧିକ ବିକାଶ ପାଇଁ ହସ,ଖେଳକୁଦ ମାଧ୍ୟମରେ ଶିକ୍ଷାଦାନ ସହ ପୁଷ୍ଟିକର ଖାଦ୍ୟ ପ୍ରଦାନ କରି ଅଙ୍ଗନୱାଡ଼ି କେନ୍ଦ୍ର କୁ ପିଲାଙ୍କୁ ଆକୃଷ୍ଟ କରାଯାଏ । କେନ୍ଦ୍ରରେ ପରିଷ୍କାର ପରିଚ୍ଛନ୍ନ ସହ ସ୍ୱଚ୍ଛ ପରିବେଶ ଏବଂ ଉପଯୁକ୍ତ ଭିତ୍ତିଭୂମି ରହିବା ଆବଶ୍ୟକ । ସଂପ୍ରତି ଧରାକୋଟ ର ଏକ କେନ୍ଦ୍ରର ଭିତ୍ତିଭୂମି ଶିଶୁଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିପତଳ ଅନ୍ଧାର ପରି ଧରାକୋଟ ର 5 ନମ୍ୱର୍ କେନ୍ଦ୍ରର ଭିତ୍ତିଭୂମି ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ତିନି ରୁ ପାଞ୍ଚ ବର୍ଷ ବୟସର 21 ଜଣ ପିଲା ଏହି କେନ୍ଦ୍ରରେ ପାଠ ପଢୁଛନ୍ତି। ଜଣେ କର୍ମୀ ଓ ଜଣେ ସହାଇକା ସେମାନଙ୍କ ଦେଖାଶୁଣା କରୁଛନ୍ତି ।ଶିକ୍ଷାଦାନ ସହ ପୁଷ୍ଟିକର ଖାଦ୍ୟ ପ୍ରଦାନ ସଠିକ୍ ଭାବେ ଚାଲିଥିଲେ ମଧ୍ୟ ପରିବେଶ ଓ ଭିତ୍ତିଭୂମି କଥା ନକହିଲେ ଭଲ ।କେନ୍ଦ୍ର ଚାରିପଟେ ଲତା ଗୁଳ୍ମ ଭର୍ତି ହୋଇ ରହିଥିବା ବେଳେ ଫ୍ଲରିଂ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା କେନ୍ଦ୍ରକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ସ୍ଥିତିରେ ରହିଛି। ବର୍ଷା ହେଲେ ଅଭିଭାବକ ମାନେ ନିଜ ନିଜର ପିଲାଙ୍କୁ କାଖରେ ଟେକି ଅଥବା କାନ୍ଧରେ ବୋହି ନେଇ ଯାଉଥିବା ଦେଖାଯାଉଛି । କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନାହିଁ।ଚାରିପଟେ ପାଚେରୀ ନଥିବା ବେଳେ ନଳକୂପ ରୁ ପାଣି ବାହାରୁନଥିବା ଦେଖା ଯାଇଛି । ସର୍ବୋପରି ଅସ୍ଵସ୍ଥ୍ୟକର ପରିବେଶ ସାଙ୍ଗକୁ ଦୁର୍ବଳ ଭିତ୍ତିଭୂମି ଶିଶୁଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେନ୍ଦ୍ରର ସ୍ଥିତି ସମ୍ପର୍କରେ ପଞ୍ଚାୟତର ପ୍ରତିନିଧି ମାନଙ୍କୁ ଅଙ୍ଗନୱାଡ଼ି କର୍ମୀ ଜଣାଇ ଥିଲେ ମଧ୍ୟ ସ୍ଥିତାବସ୍ତା ରେ କୌଣସି ପରିବର୍ତ୍ତନ ହୋଇନାହିଁ ଯାହାକି ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇଛି।