ଦେଓ୍ବାନୀ ଅଦାଲତ ର ପ୍ରତିଷ୍ଠା ର ଦାବୀ କରି ପାଲଲହଡା ଜନସାଧାରଣ ସ୍ଥାନୀୟ ଓକିଲ ସଂଘ ର ନେତୃତ୍ବ ରେ ପାଲଲହଡା ବନ୍ଦ ।

51

ଅନୁଗୋଳ , ୨୩/୦୮/୨୨ ( ଜିଲ୍ଲା ଖବର ) : ଐତିହାସିକ ପାଲଲହଡା ଜେଲ୍ କୁ ସ୍ଥାନନ୍ତରଣ ର ବିରୋଧ ତଥା ସ୍ବତନ୍ତ୍ର ଦେଓ୍ବାନୀ ଅଦାଲତ ର ପ୍ରତିଷ୍ଠା ର ଦାବୀ କରି ପାଲଲହଡା ଜନସାଧାରଣ ସ୍ଥାନୀୟ ଓକିଲ ସଂଘ ର ନେତୃତ୍ବ ରେ ପାଲଲହଡା ବନ୍ଦ ପାଳନ କରିଅଛି ।

ପାଲଲହଡା ଓକିଲ ସଂଘ ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ୍ବ ସମୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରୀ ରଖିଛି । ଦାବୀ ପୁରଣ ନହେଲେ ଆଗକୁ ଆଗକୁ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଓକିଲ ସଂଘ ର ସଭାପତି ଶ୍ରୀ ଯୁକ୍ତ ମନୋରଞ୍ଜନ ପାଳ ପ୍ରକାଶ କରିଛନ୍ତି ।

ଆଜି ଆନ୍ଦୋଳନ କୁ ସ୍ଥାନୀୟ ଜନ ସାଧାରଣ ତଥା ସମସ୍ତ ରାଜନୈତିକ ଦଳ ତରଫରୁ ଅଭୁତପୂର୍ବ ସମର୍ଥନ ମିଳି ଅଛି ।