Saturday, November 14, 2026
Home ଆଞ୍ଚଳିକ ସାହାରା କଲା ବେସାହାରା ।

ସାହାରା କଲା ବେସାହାରା ।

45

ଭଞ୍ଜନଗର , ୨୨/୦୮/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ହୋଉ ବା ଓଡ଼ିଶାର ଯେକୋୖଣସି ଜାଗା ହୋଉ ସବୁଠି ସାହାରା ଜମାକାରୀ ଆଜି ହୋଇଛନ୍ତି ।

ବେସାହାରା।ସାହାରା ଗ୍ରୁପରେ ଟଙ୍କା ଜମା ରଖିଥିବା ଜମାକାରୀ ଆଜି ଟଙ୍କା ଫେରସ୍ତ ଆଶାରେ ସାହାରା ଅଫିସ ଆଗରେ କିଏ ଧାରଣା ରେ ବସିଛି ତା କିୟେ ରାସ୍ତା ଅବରୋଧ କରିଛି ପୁଣି କିଏ ଅଫିସରେ ତାଲା ପକାଉଛି । ଏପରି ଘଟଣା ଦେଖିବା ନୂଆ ନୁହେ କିନ୍ତୁ ଯେଉଁ ଜମାକାରୀ ସାହାରା ଉପରେ ହୋଉ ବା agent ଉପରେ ବିଶ୍ୱାସ କରି ପଇସା ଟିକିଏ ଜମା କରିଥିଲେ ।

ଏହି ଆଶାରେ ଯେ ସେ ପଇସା ରେ ଝିଅ ଶାଶୁ ଘର ଯିବ ବା ପୁଅ ପାଠ ପଢ଼ାରେ ଲାଗିବ କିନ୍ତୁ ଆଶା ଆଶାରେ ରହିଯାଇଛି। ସ୍ୱଳ୍ପ ଜମାକାରୀ ବ ବୃହତ ଜମାକାରୀ ସମସ୍ତେ ଟଙ୍କା ଫେରସ୍ତ ପାଇବାରେ ବଂଚିତ। ୨୦୨୧ ଠାରୁ ସାହାରା କାହାରିକୁ ଟଙ୍କା ଫେରସ୍ତ କରିବାରେ ଅକ୍ଷମ ହୋଇଛି। ଆଜି ଭଞ୍ଜନଗର ସାହାରା ଅଫିସରେ ଜମାକାରୀ ତାଲା ପକାଇବା ସହ ଅଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଧମକ ଦେଇଥିଲେ ।