Home ଆଞ୍ଚଳିକ ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ ଅଳ୍ପକେ ବର୍ତିଲେ ହରିଙ୍କ ପରିବାର I

ଲଗାଣ ବର୍ଷାରେ ଭାଙ୍ଗିଲା କାନ୍ଥ ଅଳ୍ପକେ ବର୍ତିଲେ ହରିଙ୍କ ପରିବାର I

57

ଗଜପତି , ୨୨/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟ କ୍ଷତି ହୋଇଛି କଉଠି ରାସ୍ତା ଧୋଇ ହେଲାଣିତ କଉଠି ପାହାଡ ଧସିଲାଣି ,

ପୁଣି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ଗ୍ରାମ ପଂଚାୟତରେ ।

ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଆଜି ଭୋର ସକାଳ ସମୟରେ ରାଇପଙ୍କା ଗ୍ରାମର ହରି ପାତ୍ରଙ୍କ ଘରର କାନ୍ଥ ଭୁସୁଡି ଯାଇଛି I ସୂଚନା ମୁତାବକ ତାଙ୍କ ପରିବାର ଲେIକେ ସବୁଦିନ ଭଳି ଆଜି ଘରେ ଥିବା ବେଳେ ଅଚାନକ କାନ୍ଥ ଭୁଷୁଡି ପଡିଥିଲା I

ଫଳରେ ଅନ୍ୟ ଏକ କୁଡ଼ିଆ ଘରେ ହରି ପାତ୍ରଙ୍କ ପରିବାର ଆଶ୍ରୟ ନେଇଛନ୍ତି । ତେବେ ସୌଭାଗ୍ୟ ବଶତଃ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇ ଛନ୍ତି ପରିବାର ଲେକେ Iଏପଟେ ପ୍ରଶାସନ ପାଖରେ କୌଣସି ଖବର ପହଞ୍ଚି ନଥିବାରୁ ପ୍ରଶାସନ ତରଫରୁ କିଛି ସହାୟତା ମଧ୍ୟ ମିଳିନାହିଁ l

ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀଙ୍କ ରିପୋର୍ଟ ଜିଲ୍ଲା ଖବର ।