Home ଆଞ୍ଚଳିକ ମୁନିଗୁଡ଼ା ପୋଲିସ କବଜାରେ ଗଞ୍ଜେଇ ଚାଲାଣ କାରୀ ରାଜୁ ଶେଖ୍ , ଗଞ୍ଜେଇ ଜବତ ।

ମୁନିଗୁଡ଼ା ପୋଲିସ କବଜାରେ ଗଞ୍ଜେଇ ଚାଲାଣ କାରୀ ରାଜୁ ଶେଖ୍ , ଗଞ୍ଜେଇ ଜବତ ।

97

ରାୟଗଡ଼ା , ୨୨/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲାରେ ପୋଲିସ୍ ପକ୍ଷରୁ ଚୋରା ଗଞ୍ଜେଇ ବେପାରୀଙ୍କ ଅସୁରକ୍ଷିତ ଖଟି ପାଲଟିଥିବା ଵେଳେ ଶୀର୍ଷରେ ଥିବା ମୁନିଗୁଡା ଥାନା ଓ ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁଙ୍କ କାର୍ଯ୍ୟ ଚୋରା ଗଞ୍ଜେଇ ତଥା ଅନ୍ୟାନ୍ୟ ଵେପାରୀଙ୍କ କୋକୁଆ ଭୟ ସୃଷ୍ଟି କରି କାଳ ହୋଇଥିବା ଦେଖା ଦେଈଛି ।

ଲଗାତର ମୁନିଗୁଡା ପୋଲିସ୍ ଓ ଏସ୍ ଡିପିଓ ଶ୍ରୀ ସାହୁଙ୍କ ନିର୍ଦେଶରେ ଗଞ୍ଜେଇ ଧରି ଜିଲ୍ଲାରେ ସୁନାମ ଅର୍ଜନ କରି ଚର୍ଚାରେ ଥିବା ଵେଳେ ସେତେଵେଳର ଏସ୍ ପି ଙ୍କର ମଧ୍ୟ ଗଞ୍ଜେଇ ଏବଂ ଚୋରା ଵେପାରୀ ତଥା ଥାନାଭିତରେ ଦଲାଲ ନ ପଶି ବାକୁ ପ୍ରୋତ୍ସାହନ ବାଣି ଯଥେଷ୍ଟ ରହିଥିଲା।

ହେଲେ କିଛିଦିନ ନିରବତା ପରେ ଏଥିରେ ସଵୁକିଛି ଵ୍ୟତିକ୍ରମ ଘଟି ଗତକାଲି ରାତିରେ ରେଳବାଇ ପୋଲିସ୍ ଓ ମୁନିଗୁଡାପୋଲିସରର ମିଳିତ ଉଦ୍ୟମରେ ତିନିନମ୍ଵର ପ୍ଲାଟଫର୍ମ ରୁ ତିନିଵ୍ୟାଗ ଗଞ୍ଜେଇ ସହ ଜଣେ ବ୍ୟକ୍ତି ଗିରଫ ହୋଇଥିବା ପୋଲିସ୍ ସୂତ୍ରରୁ ସୂଚନା ମିଳିଛି।

ବିରଣୀରୁ ପ୍ରକାଶ ଗତକାଲି ରାତି୧୦ ଟା ସମୟରେ କୈାଣସି ପ୍ରକାର ସୂଚନା ପାଇ ଏସ୍ ଡି ପି ଓ ଶ୍ରୀ ସାହୁ ଓ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ନିର୍ଦ୍ଦେଶନାରେ ମୁନିଗୁଡା ପୋଲିସ୍ ଟିମ୍ ଏବଂ ରେଳବାଇ ପୋଲିସ୍ ମିଳିତ ଭାବେ ଚଢାଉ କରି ରାଜୁ ଶେଖ୍ ସହିତ 20କେଜି 700ଗ୍ରାମର ତିନିଟି ଵ୍ୟାଗରେ ଗଞ୍ଜେଇ ଧରି ଥାନାକୁ ଆଣିଥିଲେ। ଥାନା କେଶ୍ ନମ୍ବର ୧୭୭/୦୨୨ ତା ୨୧/୦୮/୦୨୨ U/S ୨୦ ( ୬)(II)(c) /୨୯Ndps act ପ୍ରକାରେ କେଶ୍ ରୁଜୁକରି ରାଜୁକୁ କୋର୍ଟ ଚାଲାଣ କରାଯାଇଥିବା ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।