Home ଅପରାଧ ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯

ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯

37

ନୂଆଦିଲ୍ଲୀ, ୩/୧: ଭାରତୀୟ ରେଳପଥ ଏହାର ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛି। ଏହି ନମ୍ବରକୁ ଫୋନ୍‌ କରି ସେମାନେ ବିଭିନ୍ନ ଅଭିଯୋଗ କରିବା ସହ ସୁବିଧା ସମ୍ପର୍କରେ ଦାବି କରିପାରିବେ। ଏଣିକି ଯାତ୍ରୀମାନେ କେବଳ ୧୩୯ ନମ୍ବରକୁ କଲ୍‌ କରି ରେଲଓ୍ବେ ସମ୍ପର୍କିତ ସବୁ ପ୍ରଶ୍ନର ଉତ୍ତର ପାଇପାରିବେ। ୧୮୨କୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ହେଲ୍ପଲାଇନ ନମ୍ବରକୁ ଏକାଠି କରି ଗୋଟିଏ ନମ୍ବର ୧୩୯ ରଖାଯାଇଛି।