ଐତିହାସିକ ବାଲିଯାତ୍ରା ହେବ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ର ନିଷ୍ପତି।

93

କଟକ , ୨୨/୦୮/୨୨ ( ଜିଲ୍ଲା ଖବର ) : ଖୁବ୍ ଜମିବ କଟକର ଐତିହାସିକ ବାଲିଯାତ୍ରା ଆଉ ମେଳାକୁ ଭରପୁର ମଜା ଉଠାଇବେ ଲୋକେ କୋଭିଡ୍ ର କରାଳ ରୂପରେ ଦୁଇ ବର୍ଷ ହେବ ଭଟା ପଡିଥିଲା ବାଲିଯାତ୍ରା ବାଲିଯାତ୍ରାରେ ମଉଜ କରିବା ଉପରେ ସତେ ଯେମିତି ପାହାଡ ଲଦିଥିଲା କୋଭିଡ୍.. ଆଉ ଏବେ ଏସବୁର ଅନ୍ତ ଘଟି ବାଲିଯାତ୍ରା ହେବା ନେଇ ମିଳିଯାଇଛି ଗ୍ରୀନ୍ ସିଗନାଲ ବାଲିଯାତ୍ରାକୁ ଏବର୍ଷ ଧୁମଧାମରେ ପାଳନ ପାଇଁ ସଜବାଜ କରୁଛି କଟକ ଜିଲ୍ଲା ପ୍ରଶାସନ।

ଏ ନେଇ ପ୍ରଶାସନ ପକ୍ଷରୁ ପୁର୍ବ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବସିଥିଲା। ଯେଉଁଥିରେ କଟକ ଜିଲ୍ଲାପାଳ ଙ୍କ ସମେତ ସିଡିଏ ଚେୟାରମ୍ୟାନ,ଆରଡିସି,ସିଏମସି କମିଶନର,ପିଡି,ସଂସ୍କୃତି ବିଭାଗ ନିର୍ଦେଶକ ସହିତ ସମସ୍ତ ବିଭାଗୀୟ ଅଧିକାରୀ,ଡିସିପି ଉପସ୍ଥିତ ରହି ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ଏଥିସହିତ ବାଲିଯାତ୍ରାକୁ ଜାତୀୟ ମେଳା ମାନ୍ୟତା ଦେବା ପାଇଁ ମଧ୍ଯ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି ରାଜ୍ୟ ସଂସ୍କୃତି ବିଭାଗ। , -ଚଳିତ ବାଲିଯାତ୍ରାର ନବକଳେବର ମଧ୍ୟ କରାଯାଇଛି। ପୂର୍ବରୁ ୮୦ ଏକରରେ ମେଳା ହେଉଥିବା ବେଳେ ଏଥର ୧୦୦ ଏକର ପରିମିତ ଜମିରେ ମେଳା କରିବାକୁ ସ୍ଥିର ହୋଇଛି।

ବାଲିଯାତ୍ରା ପଡିଆ ଠାରୁ ସିଲଭର୍ ସିଟି ବୋଟିଂ କ୍ଲବ୍ ପର୍ଯ୍ୟନ୍ତ ମେଳାକୁ ବିସ୍ତାର କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା। ହାଡ଼ିଆପଠା ରେ ବାଲିପୋତା ହେଉଥିବା ସ୍ଥାନରେ କରାଯିବ ଏହି ବିସ୍ତୀର୍ଣ୍ଣ ମେଳା। ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାରମାନଙ୍କୁ ନେଇ ମଞ୍ଚ ଉପରେ କରାଯିବ ରଙ୍ଗାରଙ୍ଗ କଯ୍ୟକ୍ରମ। ମେଳାରେ ୧୦ ଲକ୍ଷ ଲୋକଙ୍କ ସମାଗମକୁ ଆଖିରେ ରଖି ପ୍ରଶାସନ କରିଛି ପୂର୍ବ ପ୍ରସ୍ତୁତି ।

ଏନେଇ ଆୟୋଜିତ ପ୍ରସ୍ତୁତି ବୈଠକ ରେ ଟ୍ରାଫିକ ମ୍ୟାନଜମେଣ୍ଟ ସହିତ ଗହଳି କୁ ନିୟନ୍ତ୍ରଣ କରିବା ପାଇଁ ପାର୍କିଂ ଏବଂ ପ୍ରଶସ୍ତ ରାସ୍ତା ର ଆବଶ୍ୟକତା ରହିଥିବାରୁ ଡ଼ିସିପି ପାର୍କିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟପଟରେ ବହୁ ପରିମାଣର ଜନସମାଗମ ପାଇଁ ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତିକରଣ,ସ୍ୱଚ୍ଛତା ପରିମଳ ବ୍ୟବସ୍ଥା ସମସ୍ତ ପ୍ରମୁଖ ଦିଗ ଉପରେ ଉନ୍ନତମାନର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଷ୍ଟଲ ଆବଣ୍ଟନ ସହ ଖାଦ୍ୟ ନିରାପତ୍ତା ,ଫାୟାର୍ ସେଫ୍ଟି ଅନୁମତି ପତ୍ର ଆଦି ଦେବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।
ବାଲିଯାତ୍ରା ଓଡ଼ିଶାର ସଂସ୍କୃତି ପରମ୍ପରା ତଥା ଲୋକକଳା କୁ ଲୋକାଭିମୁଖୀ କରିବା ପାଇଁ ଚଳିତ ବର୍ଷ ୧୭ ଟି ଲୋକ ସଂସ୍କୃତି କୁ ବାଲିଯାତ୍ରାରେ ସାମିଲ କରାଯାଇଛି। ଦୁଇବର୍ଷ ଧରି କୋଭିଡ ର ଭୟଙ୍କର ରୂପରେ ଥରହର ହୋଇଯାଇଥିଲେ ଲୋକେ।

ଆଉ ଚଳିତ ଐତିହାସିକ ବାଲିଯାତ୍ରାରେ ଭରପୁର ମଜା ଉଠାଇବେ ବୋଲି ବାଟ ଫିଟିଛି। କରୋନାର କାୟା ସମ୍ପୂର୍ଣ୍ଣ ଲିନ ହୋଇନଥିବା ବେଳେ ବାଲିଯାତ୍ରା ଆୟୋଜନକୁ ନେଇ ସରକାର ଙ୍କ ନିଷ୍ପତ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।। ଓଡିଶା ।।

କଟକ ରୁ ରାଜେନ୍ଦ୍ର ଛୋଟରାୟଙ୍କ ରିପୋର୍ଟ ଜିଲ୍ଲା ଖବର ।