
ପାତ୍ରପୁର , ୨୧/୦୮/୨୨ ( ଜିଲ୍ଲା ଖବର ) : ପାତ୍ରପୁର ବ୍ଳକ ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ପଳାସପୁର ଗ୍ରାମ ନିକଟରେ ଶନିବାର ଜଣେ ଆଦିବାସୀ ବ୍ୟକ୍ତି ଙ୍କ ମୁଣ୍ଡ ରୁ ଗଣ୍ଡି ଅଲଗା ହୋଇ ଶବ ପଡିଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ପଳାସପୁର ଗ୍ରାମର ପଚାଶ ବର୍ଷୀୟ ବୃନ୍ଦାବନ ଜାନୀ ବୋଲି ଜଣା ପଡିଛି ।

ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବୃନ୍ଦାବନଙ୍କୁ କେହି ହତ୍ୟା କରି ତାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ହତ୍ୟା କରିଥିବାର ସନ୍ଦେହ କରାଯାଇଛି । ଶନିବାର ସ୍ଥାନୀୟ ଅଞ୍ଚଳର ଜଣେ ମଇଁଷି ଜଗୁଆଳି ମଇଁଷି ଚୋରାଇ ବାକୁ ଯିବା ବାଟରେ ଗ୍ରାମ ନିକଟସ୍ଥ ବାଘଲଟି କେନାଲ ନିକଟରେ ଶବ ପଡିଥିବା ଦେଖିବାକୁ ପାଇଥିଲେ ।

ଏନେଇ ସ୍ଥାନୀୟ ଲୋକେ ଜରଡା ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ଚିକିଟି ଏସ ଡି ପି ଓ କୃଷ୍ଣ ଚନ୍ଦ୍ର ଭତ୍ରା, ଦିଗପହଣ୍ଡି ଆଇ ଆଇ ସି ଓ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ଙ୍କ ସହିତ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ବୃନ୍ଦାବନ ଗତ ୧୭ ତାରିଖ ରାତ୍ର ନିଜ ଚଣା ବାଡକୁ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ।

ତିନି ଦିନ ହେଲା ନିଖୋଜ ରହିଥିବା ବେଳେ ଆଜି ସକାଳୁ ତାଙ୍କର ଗଳିତ ଶବ ଉଦ୍ଧାର ହୋଇଛି l ତେବେ ବୃନ୍ଦାବନ କୁ କିଏ ଏବଂ କାହିଁକି ଏହି ଭଳି ବିଭତ୍ସ ହତ୍ୟା କଲା ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ କିଛି ଦିନ ପୂର୍ବେ ମଦ ଭେଣ୍ଡର କୁ ବିରୋଧ କରି ଆଦିବାସୀ ମାନଙ୍କ ଦ୍ୱାରା

ପୋଲିସ, ଅବକାରୀ ଓ ପାତ୍ରପୁର ତହସିଲଦାର ଅଭିଯୋଗ କରଯାଇଥିଲା l ପରେ ପ୍ରଶାସନ ପକ୍ଷରୁ ମଦ ଧରପଗଡ କରାଯାଇଥିଲା l ତେବେ ଏହି ଘଟଣାରେ ବୃନ୍ଦାବନ ଙ୍କୁ ହତ୍ୟା କରାଯାଇଥିବା ଆଲୋଚନା ହେଉଛି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।



