
ଗଜପତି , ୨୧/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ ଆଜି ଶୁଭାରମ୍ଭ ହୋଇଯାଇଛି ଷ୍ଟାରଲିଙ୍ଗ ଫରେଷ୍ଟ ରିସୋର୍ଟ । ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ ଶିଲ୍ପପତି ଅଜିତ କୁମାରଙ୍କ ତତ୍ବାବଧାନରେ ଏହି ପଞ୍ଚତରକା ହୋଟେଲ ର ଶୁଭାରମ୍ଭ ହୋଇଯାଇଛି । ଏଠାରେ ଅତିକମ ଦାମରେ ଲୋକଙ୍କୁ ରହିବା ଭଳି ସମସ୍ତ ସୁବିଧା ଉପଲବ୍ଧ ଅଛି ।

ଏହି ଅଞ୍ଚଳରେ ପର୍ଯ୍ୟଟକ ସ୍ଥାନ ପରିଦର୍ଶନ ପାଇଁ ଆସିଥିବା ଲୋକମାନଙ୍କୁ ଅନେକ ସୁବିଧା ଥିଲେ ମଧ୍ୟ ରହିବା ଲାଗି କୌଣସି ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ନାହିଁ ନଥିବାର ଅସୁବିଧାର ସମୁଖୀନ ହେଉଥିଲେ । କିନ୍ତୁ ବର୍ତ୍ତମାନ ଠାରୁ ତାହା ଦୂରକରିବ ଏହି ଷ୍ଟାରଲିଙ୍ଗ ଫରେଷ୍ଟ ରିସର୍ଟ ।

ହୋଟେଲ କର୍ତୁପକ୍ଷଙ୍କ କହିବାନୁସାରେ ଏଠାରେ ରହିବା ଖାଇବା ସହ ରବର ପ୍ଳାଣ୍ଟେସନ ,କଫି ପ୍ଳାଣ୍ଟେସନ ,ଓପେନ ଜିମ ,ଚିଲଡ୍ରେନ ପାର୍କ ତଥା ଅନେକ ସୁବିଧା ପର୍ଯ୍ୟଟକ ମାନଙ୍କ ପାଇଁ ଉପଲବ୍ଧ ଅଛି ।

ଏହା ଗଜପତି ଜିଲ୍ଲାରେ ପ୍ରଥମ ପଞ୍ଚତାରକା ହୋଟେଲ କହିଲେ କିଛି ଅତ୍ଯୁକ୍ତି ହେବ ନାହି ବୋଲି କିଛି ପର୍ଯ୍ୟଟକ ମଧ୍ୟ କହିଛନ୍ତି । ଏହା ପୂର୍ବତନ ପ୍ରେମପ୍ଳାନ କାର୍ଯ୍ୟାଳୟ ଠାରେ ଏହି ହୋଟେଲ ନିର୍ମାଣ ହୋଇ ଅଛି ।

ଏହା ବ୍ୟତୀତ ଚନ୍ଦ୍ରଗିରି ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ତଥା, ଖସଡ଼ା, ମାଙ୍କଡ ଡିଆଁ ବୋଲି ପର୍ଯ୍ୟଟକ ସ୍ଥଳି ହୋଇଥିବା ବେଳେ ଏଠାରେ ଏମିତି କିଛି ରହିବା ପାଇଁ ଭଲ ସୁବିଧା ନଥିବା ହେତୁ ।

ଅଜିତ କୁମାର୍ ପାତ୍ର କହିଛନ୍ତି ପର୍ଯ୍ୟଟକ ଙ୍କ ପାଇଁ କମ୍ ଦାମ୍ ରେ ଏଠାରେ ସବୁ କିଛି ର ସୁବିଧା ଥିବା ଅଛି l
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



