Home ଆଞ୍ଚଳିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଦଭାବନା ଦିବସ ପାଳିତ ।

90

ରାୟଗଡ଼ା , ୨୧/୦୮/୨୨ ( ଜିଲ୍ଲା ଖବର) : ଜିଳ୍ଲାପାଳ ଙ୍କ କାର୍ଯ୍ୟାଳୟ ଚିନ୍ତନ କକ୍ଷ୍ୟରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ସଦଭାବନା ଦିବସ ପାଳନ କରାଯାଇଥିଲା l

ଏହି ଅବସରରେ ଅତିରକ୍ତ ଜିଲାପାଳ ଶ୍ରୀ ବେହେରା ଏହି ଦିବସର ଉଦ୍ୟଷ୍ୟ ସମ୍ପର୍କରେ ବୁଝାଇବାସହ ଶପଥ ପାଠ କରାଇଥିଲେ ।

ଅତିରକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଜାତି, ସମ୍ପ୍ରଦାୟ, କ୍ଷେତ୍ର, ଧର୍ମ ଅଥବା ଭାଷା ଭିତ୍ତିକ ଭେଦଭାବ, ହିଂସା ର ସାହଯ୍ୟ ବିନା ସବୁ ପ୍ରକାର ମତଭେଦ କଥାବାର୍ତ୍ତା ଏବଂ ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ବାସୀଙ୍କ ଭାବନାତ୍ମକ ଏକତା ଏବଂ ସଦଭାବନା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ।

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଡେପୁଟି ନାରାୟଣ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକରିଣୀ ଯlଜ୍ଞସେନି ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକରିଣୀ ସସ୍ମିତା ବାଉରୀ,

ଜିଲ୍ଲା ସମାଜ କଲ୍ୟାଣ ବିଭାଗର ପ୍ରଗ୍ରାମ ଅଧିକାରୀ କାମାକ୍ଷୀ ପଢି,ଅନ୍ୟାନ୍ୟ ଅନୁବିଭାଗୀୟ ଅଧିକାରୀ, ସେକ୍ସନ ଅଫିସର ଓ ଆନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ l ବିଭିନ୍ନ ବିଭାଗରେ, ଉପଖଣ୍ଡ ସ୍ତରରେ ଓ ବ୍ଲକସ୍ତରରେ ମଧ୍ୟ ପାଳନ କରାଯାଇଥିଲା l‌

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।