ଇନ୍ଦିରା ଆବାସ ଖଣ୍ଡେ ଦିଅ ବାବୁ ।

90

କନ୍ଧମାଳ , ୨୧/୦୮/୨୨ ( ଜିଲ୍ଲା ଖବର ) : ଆମକୁ ଇନ୍ଦିରା ଆବାସ ମିଳିନି ଏମିତି ଭଙ୍ଗା ଝାଟି। ମାଟି ଘରେ ରହୁଛୁ।

ଏମିତି ଉତ୍ତର ଶୁଣିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ଚକପାଦ ବ୍ଲକ ଅନ୍ତର୍ଗତ ଡଙ୍ଗାଗାଁ ଗ୍ରାମର ବହୁ ମହିଳାଙ୍କ ମୁହଁରୁ।

ବିଗତ ସାତ ଦିନ ବ୍ୟାପି ବର୍ଷା ରେ ଗ୍ରାମର ବହୁ ମାଟି ଘର ଧରାଶାୟୀ ହୋଉଛି।

ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ।ପୂର୍ବରୁ ବହୁ ଥର ସରକାରୀ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଇନ୍ଦିରା ଆବାସ ଖଣ୍ଡେ ମିଳିଲାନି ।

ଯୋଉ ଭଙ୍ଗା ଦଦରା ଘର ଥିଲା ସେଥିରେ ପୁଣି ବର୍ଷା ଦାଉ ସାଧିଲା।ଚକା ପା ଦ ବ୍ଲକ ର ବହୁ ଘର ବର୍ଷାରେ ଭୁଶୁଡିବାର ଦେଖିବାକୁ ମିଳିଛି।

ମାଲ ନାୟକ,ବନିତା ବେହେରା,ରାମବତା ବେହେରା, ଟିକେସିର ବେହେରା, ମଥୁରା ଖଣ୍ଡା ପ୍ରଭୁତି ଲୋକଙ୍କ ଘର ଭାଙ୍ଗିଛି ସେମାନେ ବର୍ତ୍ତମାନ ବାସହରା ତେଣୁ ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିଛନ୍ତି ଇନ୍ଦିରା ଆବାସ ଖଣ୍ଡେ ଦିଅ ବାବୁ।