
ଆସିକା,୦୩/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ପ୍ରତିବର୍ଷ ଭଳି ଅନୁଷ୍ଠୀତ ହୋଇଥିବା ବେଳେ ଆଜି ୫୧ତମ ବାର୍ଷିକ କ୍ରିଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି । ଏହି କ୍ରିଡା ଉତ୍ସବ ଦୁଇ ଦିନ ଅନୁଷ୍ଟିତ ହୋଇଥିଲା । ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶଙ୍କ ପୈାରହିତ୍ୟରେ ଏହି କ୍ରିଡା ଉତ୍ସବ ହୋଇଥିବା ବେଳେ କ୍ରିଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ କ୍ରିଡା ପତକାକୁ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ ଅବତରଣ କରି କ୍ରିଡା ମଶାଲ ଜ୍ୟୋତିରେ କ୍ଷୀର ପକାଇ ୫୧ତମ ବାର୍ଷିକ କ୍ରିଡାକୁ ଉଦଯାପନ କରିଥିଲେ ।

ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିକାର ଯୁବ ବଡି ବିଲଡର ତଥା ଆନ୍ତର୍ଜାତୀୟ ବଡି ବିଲଡର ଏସ.ରାଜେଶ ବାବୁ ଆଚାରୀ ଯୋଗ ଦେଇଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟ କ୍ରିଡା ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ତତ୍ୱାବାଧାନରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ତାରା ପ୍ରସାଦ ଦାଶ,କ୍ରିଡା ସଂସଦ ଉପସଭାପତି ତଥା ବାଣିଜ୍ୟ ବିଭାଗ ଅଧ୍ୟାପକ ରମେଶ ଚନ୍ଦ୍ର ଜାନୀ, କ୍ରିଡା ସଂସଦ ସକ୍ରିୟ ସଦସ୍ୟ ତଥା ହିନ୍ଦୀ ଅଧ୍ୟାପକ ରାଜେଶ କୁମାର ସାହୁ,ଓଡିଆ ବିଭାଗ ଅଧ୍ୟାପିକା ଡଃ.ସ୍ମିତାରାଣି ପଣ୍ଡା, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଇ.ରେଶମା ପାତ୍ର,ବଟାନୀ ବିଭାଗ ଡେମୋନଷ୍ଟ୍ରେଟର ଡଃ.ଗଣେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।
ମହାବିଦ୍ୟାଳୟ ଜୁଲୋଜୀ ବିଭାଗ ରିଡର ଡଃ.ଜୀବାନନ୍ଦ ତ୍ରିପାଠୀ ଏହି କ୍ରିଡା ଉତ୍ସବରେ ଧାରାବିବରଣି ପ୍ରଦାନ କରିଥିଲେ । ଏହି କ୍ରିଡା ଉତ୍ସବରେ ମହାବିଦ୍ୟାଳୟର ଯୁକ୍ତ ୨ ଏବଂ ଯୁକ୍ତ ୩ ର ପ୍ରାୟ ୪ ଶହ ଛାତ୍ରଛାତ୍ରୀ ମାନେ ଦୈାଡ,ଲଙ୍ଗ ଜମ୍ପ,ହାଇଜମ୍ପ,ସଟଫୂଟ,ଡିସକସ ଥ୍ରୋ,ଫେନସି ପୋଷାକ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କ୍ରିଡା ଉତ୍ସବରେ କୃତିତ୍ୱ ହାସଲ କରିଥିବା ଖେଳାଳୀଙ୍କୁ ମୁଖ୍ୟ ଅତିଥି ଏସ.ରାଜେଶ ବାବୁ ଆଚାରୀ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ସୁଧିର କୁମାର ସାହୁ,ସରୋଜ କୁମାର ପଣ୍ଡା,ଧନଞ୍ଜୟ ମହାପାତ୍ର,ସନାତନ ପାଢୀ,ସୁନୀଲ କୁମାର ସାହୁ,ଶାଶ୍ୱତ ମିଶ୍ର,ବନଶ୍ରୀ ମହାନ୍ତି,ସଶ୍ମିତା ପାତ୍ର,ସପା ରଞ୍ଜିତା ରାଣି, ସାଇଲ ଝା ସମେତ କଲେଜ ଅଧ୍ୟାପିକା,ଅଧ୍ୟାପକ ଏବଂ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ସମ୍ପୂର୍ଣ୍ଣ ସହ ଯୋଗ କରିଥିଲେ ।



