ଖଜୁରୀପଦା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡ଼ାକ୍ତର ନିବେଦିତା ସାହୁ ସ୍ୱାସ୍ଥ୍ୟ କର୍ମୀ ପ୍ରତି ଅଶ୍ଳୀଳ ବ୍ୟବହାର ଧମକ ଏବଂ ବିଭିନ୍ନ ଆଳ ଦେଖାଇ ପଇସା ଆଦାୟ ।

62

ଗଜପତି , ୨୦/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ତିନି ବର୍ଷ ହେଲା ଭାରପ୍ରାକ୍ତ ଅଧିକାରି ଭାବରେ ଡାକ୍ତର ନିବେଦିତା ସାହୁ ଦାୟିପ୍ତ ନେବା ପରେ କାଯ୍ୟରହିତ ସମୟରେ ବାରମ୍ବାର ସ୍ବାସ୍ଥ୍ୟ କର୍ମୀ ଓ ଜନସାଧରଣଙ୍କ ପ୍ରତି ଅସନ୍ତୋଷର କାରଣ ହୋଇ ଆସୁଥିଲେ। ପ୍ରତ୍ରେକ କର୍ମୀଙ୍କ ନିବେଦନ ପୁଣି ଜନସାଧରଣଙ୍କ ଅନୁରୋଧ ବାଦେବି ଡ଼ାକ୍ତର ନିବେଦିତା ସାହୁଙ୍କ ଦୁର୍ନୀତି ଓ ଅସତ୍ ବ୍ୟବହାରରେ କୌଣସି ପରିବର୍ତନ ନ ହେବା ଦ୍ବାରା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ନିବେଦିତା ସାହୁଙ୍କ ଦ୍ଵାରା ନିର୍ଯ୍ୟାତିତ ହୋଇ ଆସୁଥିବାରୁ ବାଧ୍ୟ ହୋଇ ଆଜି MPHW (F) ଓ MPHW (M) ମିଳିତ ଭାବରେ ଗଜପତି ଜିଲ୍ଲାପାଳଙ୍କ ଦ୍ଵାରସ୍ତ ହୋଇ ଡ଼ାକ୍ତର ନିବେଦିତା ସାହୁଙ୍କ

ବିରୁଦ୍ଧରେ ଅଭିଯୋଗ ପତ୍ର ଆଣିଥିଲେ ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ଉକ୍ତ ସ୍ଥାନରେ ଉପଜିଲ୍ଲପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଉପସ୍ଥିତ ହୋଇ ନିର୍ଯ୍ୟାତିତ କର୍ମୀମାନଙ୍କ ବିଭିନ୍ନ ଅଭିଯୋଗ ଯଥା ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପ୍ରତୀ ଅଶ୍ଳୀଳ ବ୍ୟବହାର ଧମକ ଏବଂ ବିଭିନ୍ନ ଆଳ ଦେଖାଇ ପଇସା ଆଦାୟ ଯଥା – ଚାକିରି ନିୟମିତର ତଥ୍ୟ ଦେବା ପାଇଁ ଟଙ୍କା ଆଦାୟ, ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଘାଟି ସ୍ଥାନରୁ ସ୍ଥାନାତରିତ କରିବା ପାଇଁ ଟଙ୍କା ଆଦାୟ, କାୟାକଳ୍ପ ପାଇଁ ସରକାରୀ ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଯୋଜନା ଥିଲେ ମଧ୍ୟ୍ୟ ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଠାରୁ ବାଧ୍ୟ କରି ଟଙ୍କା ଆଦାୟ କରିବା, ଆଶା କର୍ମୀ ମାନେ ପ୍ରସବ ପାଇଁ ଆଣିଥିବା ମା ମାନଙ୍କୁ ଗାଳି ଗୁଲଜ

କାରି ବାଧ୍ୟ ବାଧକ ପଇସା ଆଦାୟ କରିବା, ପରିବାର ନୀୟଜନ ଅପରେସନ ପାଇଁ ମଧ୍ୟ୍ୟ ଗରିବ ନିରୀହ ଲୋକଙ୍କୁ ବାଧ୍ୟ କରି ପଇସା ଆଦାୟ କରୁବା ଏବଂ ବିଭିନ୍ନ ଅଭିଯୋଗ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ କହିବା ସହ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କଲେ

ଏବଂ ଉକ୍ତ ସମସ୍ତ ଅଭିଯୋଗ ଶୁଣି ଉପଜିଲ୍ଲାପାଳ ଦୁଃଖ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ଜଣାଇବି ବୋଲି କହିଲେ ଏବଂ ସ୍ବାସ୍ଥ୍ୟକର୍ମୀ ମାନେ ଏହି ସମସ୍ତ ଅଭିଯୋଗ ଲିଖିତ ଭାବରେ ତା ୨୮.୦୩.୨୦୨୨ ରିଖ ରେ ଗଜପତିର CDMO, ଜିଲ୍ଲାପାଳ,

HWD ଭୁବନେଶ୍ୱର ଓ ଉପରିସ୍ତ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ଅଭିଯୋଗ ଦେଲା ପରେ ଦୀର୍ଘ ୫ ମାସ ହେଲା କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଦ୍ଵାରା ପୁନର୍ବାର ଜିଲ୍ଲାପାଳଙ୍କ କାଯ୍ୟାଳୟରେ ଦ୍ଵାରସ୍ତ ହୋଇ ତୁରନ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କଲେ। ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ସମସ୍ତ ସରକାରୀ ସ୍ବାସ୍ଥ୍ୟକର୍ମୀ ଆନ୍ଦୋଳନ କରିବୁ ବୋଲି କହିଲେ।

ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।