
ଶେରଗଡ , ୨୦/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ ହିଞ୍ଜିଳି ଥାନା ମହୀରକଣା ନିକଟସ୍ଥ ଖୋଲ ଗ୍ରାମରେ ଗତ ରାତିରେ ସ୍ବାମୀ ସ୍ତ୍ରୀ କୁ ପିଟି ପିଟି ହତ୍ଯା କରିଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ,ଦାମ ପେଶା ରେ ଜଣେ ଟ୍ରାକ୍ଟର ଡ୍ରାଇଭର, ପ୍ରାୟ ୧୧ ବର୍ଷ ପୂର୍ବରୁ ଲକ୍ଷ୍ମୀପୁର ଗ୍ରାମର ଅନୀତା ଙ୍କୁ ବିବାହ କରିଥିଲେ।


ଦାମ ଓ ଅନୀତା ଙ୍କ ୩ ଟି ପୁଅ ଅଛନ୍ତି, କିନ୍ତୁ ଦାମ ଙ୍କ ପରକିୟା ଥିବା ନେଇ ସ୍ତ୍ରୀ ଅନୀତା ଦାମ ଙ୍କୁ ତାଗିଦ କରୁଥିଲେ ଏବଂ ଅନୀତା ଙ୍କୁ ମାଡ ଖାଈବା ପାଇଁ ପଡୁଥିଲା। ଗତକାଲି ମଧ୍ୟ ପୁଣି ସେହି ଘଟଣା ଘଟିଥିଲା ଏବଂ ଦାମ ନିଶାଶକ୍ତ ଥିବାରୁ ପ୍ରବଳ ଝଗଡା ହେବା ସହ ସ୍ତ୍ରୀ ଅନୀତା ଙ୍କୁ ମାଡ ମାରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ଅନୀତା ଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା କୁ ନେଇ ହିଞ୍ଜିଳି ଥାନା ରେ ୪୨୬/୨୨ ରେ ମାମଲା ରୁଜୁ ହେବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଈଥିବା ଜଣାପଡିଛି।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ



