Wednesday, November 11, 2026
Home ଆଞ୍ଚଳିକ ଗୀତା ଭାଗବତ ହରିନାମ ର ପ୍ରଚାରରେ ମାୟାନଗରୀ ରୁ ସାନଖେମୁଣ୍ଡି ଶେରଗଡ଼…… ଆଗକୁ ସମଗ୍ର ରାଜ୍ୟ...

ଗୀତା ଭାଗବତ ହରିନାମ ର ପ୍ରଚାରରେ ମାୟାନଗରୀ ରୁ ସାନଖେମୁଣ୍ଡି ଶେରଗଡ଼…… ଆଗକୁ ସମଗ୍ର ରାଜ୍ୟ ।

58

ଶେରଗଡ଼ , ୨୦/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରୀଲ ପ୍ରଭୁପାଦ ସଂକୀର୍ତ୍ତନ ପଦଯାତ୍ରା ଈଶକନ ତରଫରୁ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ମହୋତ୍ସବ ପାଳିତ ହୋଇଯାଇଛି l ଭାରତ ବର୍ଷ ହେଉଛି ଏକ ଧର୍ମନିରପେକ୍ଷ ରାଷ୍ଟ୍ର l ଉତ୍ତରପ୍ରଦେଶର ମାୟାପୁର ରୁ ଦୀର୍ଘ ଦୁଇବର୍ଷ ତଳୁ ପଦଯାତ୍ରା ଆରମ୍ଭ କରି ୨୦୨୨ ଅଗଷ୍ଟ ୧୬ ତାରିଖରେ ସାନଖେମୁଣ୍ଡି ଓ ଶେରଗଡ଼ ଅଞ୍ଚଳରେ ପହଞ୍ଚିଥିଲେ l

ଗୀତା ଭାଗବତ, ହରିନାମ ପ୍ରଚାର ଓ ଲୋକଙ୍କୁ ଭଗବାନ ଭିମୁଖୀ କରିବା ହେଉଛି ପଦଯାତ୍ରାର ମୁଖ୍ୟ ଉଦ୍ଧେଶ୍ୟ l ସମାଜରେ ବସବାସ କରୁଥିବା ଲୋକଙ୍କୁ ଲୋଭ ମୋହ ମାୟାରୁ ନିବୃତ୍ତ ରହି ପ୍ରଭୁଙ୍କ ଶରଣାଗତ ହେବାପାଇଁ ଉପଦେଶ ଦେଉଛନ୍ତି l ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରିବା ସହିତ ଆଜି ନନ୍ଦ ଉତ୍ସାବ ମହା ଆଡମ୍ବରରେ ପାଳନ କରିଛନ୍ତି l

ଉକ୍ତ ଉତ୍ସାବରେ ଆଖପାଖର ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ପ୍ରଭୁଙ୍କ ଅମୃତ ବାଣୀ ଶ୍ରବଣ କରିବା ସହିତ ନାମ ସଂକୀର୍ତ୍ତନ ରେ ନିଜକୁ ହଜାଇ ଦେଇଥିଲେ l ଉକ୍ତ ପଦଯାତ୍ରାକୁ ସାଫଲ୍ୟ କରିବା ପାଇଁ ପ୍ରଭୁ ଶ୍ରୀ ଧୀର ନାୟକ ଦାସ, ପ୍ରଭୁ ରସ ଉତ୍ସବ ଦାସ, ପ୍ରଭୁ ସନ୍ତ ଦାସ ମାୟା ନାଗରୀରୁ ଆସି ଶେରଗଡ଼ରେ ପହଞ୍ଚି ଯାଇଛନ୍ତି l

ସହଯୋଗରେ ପ୍ରାୟ ୨୫ରୁ ଉର୍ଦ୍ଧ ଭକ୍ତ ପଦଯାତ୍ରାରେ ସାମିଲ ଅଛନ୍ତି l ସାନଖେମୁଣ୍ଡି ଓ ଶେରଗଡ଼ ଅଞ୍ଚଳକୁ ପଦଯାତ୍ରାରେ ଆସିଥିବା ସାଧୁଙ୍କୁ ପାଟପୁର ଥାନା ଅଧିକାରୀ ସବ୍ୟସଚ୍ଚି ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ପାଟପୁରର ବାଳକୃଷ୍ଣ ଚୌଧୁରୀ, ଶେରଗଡ଼ର ଆନନ୍ଦ ରାଉତ, ମିଥୁନ, କିରଣ, ଦନାର୍ଦନ, ଦର୍ଜ, ସନିଆ ଅନେକ ଭକ୍ତ ସହଯୋଗ କରି ପଦଯାତ୍ରାକୁ ସଫଳ କରିବା ପାଇଁ ଛୋଟିଆ ପ୍ରୟାସ କରିଛନ୍ତି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।