Home ଆଞ୍ଚଳିକ ଆର.ସି.ସି ପକ୍ଷରୁ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଟଂ

ଆର.ସି.ସି ପକ୍ଷରୁ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଟଂ

76

ଆସିକା,୦୩/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା କାଳଷଣ୍ଡପୁର ନିକଟ ଋଷିକୁଲ୍ୟା ଷ୍ଟାଡିୟମ ଠାରେ ସ୍ୱର୍ଗତ ବି.ସାର୍କିଲ ରେଡିଙ୍କ ସ୍ମୃତିରେ ଆସିକା ଋଷିକୁଲ୍ୟା କ୍ରିକେଟ କ୍ଲବ ପକ୍ଷରୁ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଟଂ ଅନୁଷ୍ଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଟଂରେ ମୋଟ ୧୬ଟି କ୍ରିକେଟ କ୍ଲବ ଅଂଶଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଟଂରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକର ବିଧାୟକ ପ୍ରତିନିଧି ଶତ୍ରୁଘ୍ନ ଗୈାଡ ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଟଂକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସୋସିଆଲ ମିଡିଆ କୋର୍ଡିନେଟର ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ମାନସ ପୂର୍ଣ୍ଣ ଆଚାର୍ଯ୍ୟ, ସମେତ ସାନଖେମୁଣ୍ଡି ବ୍ଲକର ସମସ୍ତ ପଚାଂୟତର ସରପଚଂ ଓ ସମିତିସଭ୍ୟ ପ୍ରମୁଖ ଉଦଘାଟନ ମ୍ୟାଚରେ ଯୋଗ ଦେଇଥିଲେ ।

ଆଜିର ଏହି ଉଦଘାଟନ ମ୍ୟାଚ ଧରାକୋଟ ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ଓ ଆସିକା ପାନାସୋନିକ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଟିତ ହୋଇଥିଲା । ପ୍ରଥମେ ଧରାକୋଟ ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ଟସ ଜିତି ଫିଲଡିଂ ଚୟନ କରିଥିବା ବେଳେ ଆସିକା ପାନାସୋନିକ କ୍ରିକେଟ କ୍ଲବ ବ୍ୟାଟିଂ କରିଥିଲେ । ଆସିକା ପାନାସୋନିକ କ୍ରିକେଟ କ୍ଲବ ୧୮.୫ଟି ବଲରେ ସମସ୍ତ ୱିକେଟ ହରାଇ ୧୩୬ ରନ ସଂଗ୍ରହ କରିଥିଲେ । ତାଙ୍କ ବିପକ୍ଷରେ ଧରାକୋଟ ୟଙ୍ଗ ଷ୍ଟାର କ୍ରିକେଟ କ୍ଲବ ୧୮.୫ ବଲରେ ସମସ୍ତ ୱିକେଟ ହରାଇ ୯୪ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲେ । ଏହି ମ୍ୟାଚରେ ଅମ୍ପାୟର ଦାୟିତ୍ୱରେ ବି.ସାରଙ୍ଗ ରେଡି ଓ ବି.ପ୍ରଦିପ ରେଡି ଦାୟିତ୍ୱ ତୁଲାଇଥିବା ବେଳେ ସ୍କୋରର ଦାୟିତ୍ୱ ଜିତେନ ନାୟକ ଏବଂ ଧାରାବିବରଣି ଗୈାତମ ମହାରଣା ଦାୟିତ୍ୱ ତୁଲାଇଥିଲେ ।

ଏହି ଟୁର୍ଣ୍ଣାମେଟଂକୁ ଋଷିକୁଲ୍ୟା କ୍ରିକେଟ କ୍ଲବ ସଭାପତି ଭି.ଭେଙ୍କଟ ରମନ ମୁର୍ତି,ଉପସଭାପତି ବି.ସାରଙ୍ଗ ରେଡି,ଯୁଗ୍ମ ସମ୍ପାଦକ ଇସାକ୍ ଶରିଫ,ଆଇନ ପରାମର୍ଶଦାତା ଦିଲ୍ଲିପ କୁମାର ପାଣିଗ୍ରାହି,କୋଷାଧ୍ୟକ୍ଷ ବି.ପ୍ରଦିପ କୁମାର ରେଡି,ଆକାଉଟାଟଂ ବି.କିଶୋର କୁମାର ରେଡି, ମ୍ୟାନେଜର ଚିଦା ନନ୍ଦ ସ୍ୱାଇଁ,କ୍ଲବ କୋଚର ଚିତରଞ୍ଜନ ଆଚାର୍ଯ୍ୟ,ଆଡଭାଇଜର ଅଜିତ କୁମାର ପଟ୍ଟନାୟକ,ସୁଦେଶ ମହାରଣା,ଏମ.ଭାବନୀ ଶଙ୍କର ରେଡି,ଶିବାଜୀ ଆଚାର୍ଯ୍ୟ,ବସନ୍ତ କୁମାର ଭୁୟାଁ, କାର୍ଯ୍ୟକାରୀ ସଦସ୍ୟ ଏନ.ସନ୍ତୋଷ କୁମାର ରେଡି,ଏମ.ବାଲକ୍ରିଷ୍ଣା ରେଡି,ପି.ବଦ୍ରୀ ପ୍ରସାଦ ପାତ୍ର,ରାଜୁ ଆଚାର୍ଯ୍ୟ,ପ୍ରମୋଦ ବେହେରା,ବାପୁନୀ ସାହୁ ପ୍ରମୁଖ ଯୋଗ ଦେଇ ଟୁର୍ଣ୍ଣାମେଟଂକୁ ପରିଚାଳନା କରିଥିଲେ ।