Home ଆଞ୍ଚଳିକ ଭାରତୀୟ ହୋଇ ଏଠି ଚାଲିଛି ପାକିସ୍ତାନ ରାଜ, ପାତ୍ର ଗୁଡା ଏନମ୍ ସେଣ୍ଟରେ ପତାକା ଉତ୍ତୋଳନ...

ଭାରତୀୟ ହୋଇ ଏଠି ଚାଲିଛି ପାକିସ୍ତାନ ରାଜ, ପାତ୍ର ଗୁଡା ଏନମ୍ ସେଣ୍ଟରେ ପତାକା ଉତ୍ତୋଳନ ନକରିବା ସମ୍ପର୍କରେ ଖବର ପ୍ରସାରଣ ହେବାପରେ ମଧ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଚୁପ୍। ଜାତୀୟ ପତାକା କୁ ଅସମ୍ମାନ ଅଭିଯୋଗ!

246

ରାୟଗଡ଼ା , ୧୯/୦୮/୨୨ ( ଜିଲ୍ଲା ଖବର) : ସାରା ଭାରତ ବର୍ଷ ଆଜାଦି ଅମ୍ରିତ ମହୋତ୍ସବ ପାଳନ କରୁଥିବା ବେଳେ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହର ଘର ତ୍ରିରଙ୍ଗା ପାଇଁ ରାଷ୍ଟ୍ର ବାସିଙ୍କୁ ଆହ୍ୱାନ କରିଛନ୍ତି I ସ୍ୱାଧୀନତା ଦିବସ ପାଳନ ସହ ଜାତୀୟ ପତାକା କୁ ସମ୍ମାନ ଏବଂ ଦେଶାତ୍ମ ବୋଧ ପାଇଁ ହର ଘର ତ୍ରିରଙ୍ଗା ପାଇଁ ସମଗ୍ର ଭାରତ ବାସିଙ୍କୁ ନିବେଦନ କରିଛନ୍ତି ଆଦରଣୀୟ ପ୍ରଧାନମନ୍ତ୍ରୀ I ତେବେ ରାୟଗଡା ଜିଲ୍ଲା ବିଷମକଟକ ସଦର ପଞ୍ଚାୟତ ଅଧିନସ୍ଥ ପାତ୍ରଗୁଡା ଠାରେ ଥିବା ‘ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର’ ଠାରେ ଜାତୀୟ ପତାକା କୁ ଅସମ୍ମାନ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି I ସ୍ଥାନୀୟ ବାସି ଙ୍କ କହିବା ଅନୁସାରେ ପାତ୍ରଗୁଡା ଠାରେ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ କରାଯାଇନଥିଲା I ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ମାନଙ୍କରେ ଏହା ପାଳନ କରାଯିବା ବାଧ୍ୟତା ମୂଳକ ହୋଇଥିଥିବା ବେଳେ ଉକ୍ତ କେନ୍ଦ୍ର ରେ କାର୍ଯ୍ୟରତ ଥିବା ଏଏନଏମ ଏଥିରେ ଅବହେଳା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି I

ପ୍ରକାଶ ଥାଉକି ଘଡେଇଗୁଡ଼ା, ଢ଼େପଗୁଡା, ପାତ୍ରଗୁଡା, ଢେପାଗୁଡା କଲୋନୀ ଅଞ୍ଚଳ ରେ ବାସ କରୁଥିବା ଲୋକଙ୍କ ପାଇଁ ବିଷମକଟକ ପଞ୍ଚାୟତ ଅଧୀନରେ ଥିବା ପାତ୍ରଗୁଡା ଗ୍ରାମ ଠାରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା I ତେବେ କାର୍ଯ୍ୟରତ ଏଏନଏମ ନିଜ କାର୍ଯ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳନ ନ କରିବା ନେଇ ସ୍ଥାନୀୟ ଲୋକେ ବିଶେଷ କରି ଯୁବ ଗୋଷ୍ଠୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି I ଏହି ପାତ୍ର ଗୁଡା ଏନମ୍ ସେଣ୍ଟରେ ପାକିସ୍ତାନ ଶାସନ ଚାଲିଛି ବୋଲି ଜନସାଧାରଣ ମାନେ ପ୍ରଶ୍ନ କରିଛନ୍ତି। ଗାଁ ଲୋକଙ୍କ ଅନୁସାରେ ଅଗଷ୍ଟ ୧୫ ତାରିଖ ଦିନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିୟୋଜିତ ଥିବା ଏଏନଏମ ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ନିଜ କାର୍ଯ୍ୟାଳୟ ରେ ଅନୁପସ୍ଥିତ ଥିଲେ ଯୋଉଁଥିପାଇଁ ସେ ନିଜ କେନ୍ଦ୍ର ରେ ସ୍ୱାଧୀନତା ଦିବସ ପାଳନ କରିନଥିବା ଲୋକେ ଅଭିଯୋଗ କରିଛନ୍ତି I କେବଳ ଏତିକି ନୁହେଁ ଉକ୍ତ ଏଏନଏମ ଜଣକ ଅନେକ ସମୟରେ ନିଜ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ମଧ୍ୟ ଆଗରୁ ଅଭିଯୋଗ କରାଯାଇଥଲେ ମଧ୍ୟ ଉକ୍ତ କର୍ମଚାରୀ ଜଣକର କାର୍ଯ୍ୟଗତ ଆଚରଣ ରେ କୌଣସି ପରିବର୍ତନ ଆସିନଥିବା ଅଭିଯୋଗ ଆଣିଛନ୍ତି I ତେବେ ସରକାରୀ କାର୍ଯ୍ୟାଳୟ ରେ ସ୍ୱାଧୀନତା ଦିବସ ପାଳନ ନକରିବା ଜାତୀୟ ପତାକା ପ୍ରତି ଅସମ୍ମାନ ଏବଂ ଉକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି I ବିଶେଷ ସୂତ୍ରରୁ ମିଳି ଥିବା ତଥ୍ୟ ଅନୁସାରେ ଶ୍ରୀମତୀ ନିଜ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହିବା ନେଇ ବିଭାଗୀୟ ଅଧିକାରୀଙ୍କ ଠାରେ କୌଣସି ଛୁଟି ଦରଖାସ୍ତ ଦେଇନଥିବା ଜଣା ପଡିଛି I

ଏ ନେଇ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅଂଶୁପ୍ରଭା ଚୌଧୁରୀ ଙ୍କୁ ଆଜି ପଚାରି ବୁଝିବାରୁ ତାଙ୍କ ସେ କହିଛନ୍ତି ଯେ ସେହି ପାତ୍ର ଗୁଡା ଏନମ୍ ସେଣ୍ଟରେ କୈାଣସି ବର୍ଷ ପତାକା ଉତ୍ତୋଳନ କରାଯାଉନାହିଁ। ଏନମ୍ ସେଣ୍ଟରେ ଘର ଉପରେ ପତାକା ଟଙ୍ଗା ଯାଇଥବା ସେ କହିଛନ୍ତି। ଏଠି ଷୋଷ୍ଠ ଜଣାପଡୁଛି ଯେ କିପରି ଆମ ସମ୍ବିଧାନର ଆଦେଶ କୁ ଓ ଆମ ଭାରତୀୟ ସଂସ୍କୃତିରେ ଆମ ଜାତୀୟ ପତାକା କୁ କିପରି ବେଖାତିର କରିଛନ୍ତି ଏହି କର୍ମଚାରୀ ମାନେ । ଜନସାଧାରଣ ଓ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ଯେ ଏମାନଙ୍କ ପ୍ରତି ଦେଶ ଦ୍ରୋହି ମାମଲା ରେ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ ଯଦି ଏଭଳି ଅବହେଳା ପାଇଁ କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ସ୍ଥାନୀୟ ଲୋକଙ୍କ ତରଫରୁ କର୍ମଚାରୀଙ୍କ ବିରୁଦ୍ଧରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା ହେତୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ସେମାନେ ସ୍ପଷ୍ଟ କରିଥିବା ଜଣା ପଡିଛି I

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।