Home ଆଞ୍ଚଳିକ ମୋ ଗର୍ବ ମୋ ହସପିଟାଲ ବୈଠକ

ମୋ ଗର୍ବ ମୋ ହସପିଟାଲ ବୈଠକ

67

ଆସିକା,୦୩/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ମେଡିକାଲ ଠାରେ ମୋ ଗର୍ବ ମୋ ହସପିଟାଲ ବୈଠକ ଅନୁଷ୍ଟୀତ ହୋଇଯାଇଛି । ଆସିକା ବିଧାୟିକା ତଥା ଆସିକା ସବଡିଭିଜନାଲ ମେଡିକାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ମଞ୍ଜୁଳା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠୀତ ହୋଇଥିଲା । ଏହି ବୈଠକରେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଳ୍ଲିକ,ଜିଲ୍ଲା ପରିଷଦ ଜୋନ ନମ୍ବର-୪ ଶିବ ଶଙ୍କର ମହାନ୍ତି, ଫାର୍ମାସିଷ୍ଟ କୁଞ୍ଜବିହାରୀ ପାଢୀ, ବାଡା ପୂର୍ଣ୍ଣଚନ୍ଦ୍ର ପାଢୀ,ଆସିକା ବିଇଓ କୃତିବାସ ବାରିକ,ସିଡିପିଓ ଭାରତୀ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ମହାନ୍ତି, ବରିଷ୍ଠ ସଭ୍ୟ ସତ୍ୟନାରାୟଣ ମହାନ୍ତି, ଆଇନଜୀବୀ ଦିଲ୍ଲିପ କୁମାର ପାଣିଗ୍ରାହି,ଡଃ.ମହେନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାର ରୋଗୀଙ୍କ ସେବା ପାଇଁ ପ୍ରଚଳନ କରିଥିବା ମୋ ଗର୍ବ ମୋ ହସପିଟାଲ ଯୋଜନା ଉପରେ ଆଲୋଚନା କରାଯାଇଥିଲା ।

ଠିକ ସମୟରେ ମେଡିକାଲ କର୍ମଚାରୀ ମାନେ ଉପସ୍ଥିତ ରହିବା,ମେଡିସିନ ରୋଗୀ ମାନଙ୍କୁ ନିୟମିତ ପ୍ରଦାନ କରିବା, ମେଡିକାଲ ଭିତରେ ଓ ବାହାରେ ସ୍ୱଚ୍ଚତା ରଖିବା, ମେଡିକାଲ ଠାରେ ରୋଗୀଙ୍କ ପାଇଁ ଗରମ ପାଣି ନଥିବା ଯୋଗୁଁ ଗିଜର ମେସିନ ଲଗାଇବା,ରୋଗୀ ମାନୀଙ୍କୁ ବାଧ୍ୟତା ମୁଳକୁ ଭାବେ ବେଡ ସିଟ ଦେବା,ରୋଗୀ ମାନଙ୍କୁ ନର୍ସ ଓ ଅନ୍ୟ କର୍ମଚାରୀ ମାନେ ବ୍ୟବହାର ଭଲ ଦେଖାଇବା, ମେଡିକାଲ ଠାରେ ଡାକ୍ତରଙ୍କ ନିକଟରେ ଔଷଧ ଦଲାଲ ବନ୍ଦ କରିବା,ଜିଲ୍ଲା ପ୍ରଶାସନ ପକ୍ଷରୁ ବେନାମୀ ରାସ୍ତା ବନ୍ଦ ଅସମ୍ପୂର୍ଣ୍ଣ ରହିବା ପ୍ରମୁଖ ଉପରେ ଆଲୋଚନା କରାଯାଇଥିଲା । ଦିର୍ଘ ବର୍ଷ ରହି ମେଡିକାଲ ଟିକା ବିଭାଗରେ ନିଜ ମନଇଚ୍ଚା ଖୋଲିବା,ସେହିଭଳି ଅନ୍ୟ ନର୍ସ ଓ କର୍ମଚାରୀ ମେଡିକାଲରେ ଦିର୍ଘ ୧୫ରୁ ୨୦ ବର୍ଷ ରହି ଆଡ୍ଡା ଜମାଇବା,ମେଡିକାଲ ଠାରେ ଅବାଧରେ ବିଭିନ୍ନ ଘରୋଇ ଗାଡି ପାର୍କିଂ ରହିବା ବ୍ୟବସ୍ଥାକୁ ତିବ୍ର ଆଲୋଚନା କରାଯାଇଥିଲା । ବିଶେଷକରି ମେଡିକାଲ ଠାରେ ଡାକ୍ତର ଅଭାବ ଓ ପୂର୍ବ ଭଳି ମେଡିସିନ , ପାଥୋଲଜି,ଦଲାଲ ବନ୍ଦ ପାଇଁ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଗୁରୁତ୍ୱ ଦେଉନଥିବା ବହୁ ସଭ୍ୟ କ୍ଷୋଭ ପ୍ରକାଶ କରିଥିଲେ । ମେଡିକାଲ ଡାକ୍ତର ଓ କର୍ମଚାରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଲେ ପାଲଟା କର୍ମଚାରୀ ମାନେ ରୋଗୀ କଲ୍ୟାଣଙ୍କ ଠାରେ ମିଥ୍ୟା ଲିଖିତ ଅଭିଯୋଗ ଦେଉଥିବା ଆଲୋଚନା କରାଯାଇଥିଲା ।