Thursday, November 12, 2026
Home ଆଞ୍ଚଳିକ +2 ବ୍ଲକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା l

+2 ବ୍ଲକ ଟପ୍ପର ଙ୍କୁ ସମ୍ବର୍ଦ୍ଧନା l

54

ଶେରଗଡ଼ , ୧୯/୦୮/୨୨ ( ଜିଲ୍ଲା ଖବର ) : +2 ଶିକ୍ଷା ବର୍ଷ ରେ ବ୍ଲକ ରେ ସର୍ବାଧିକ ନମ୍ବର ରଖି ଉତୀର୍ଣ ହୋଈଥିବା କଳା,ବାଣିଜ୍ୟ ଓ ବିଜ୍ଞାନ ବିଭାଗର କୃତି ଛାତ୍ରଛାତ୍ରୀ ଙ୍କୁ ଶେରଗଡ ମିଡିଆ ହାଉସ ପକ୍ଷରୁ

ସଭାପତି ଅଖିଳ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଶେରଗଡ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ,ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ଥାନାଧିକାରୀ ମନୋଜ କୁମାର ପ୍ରଧାନ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଉପେନ୍ଦ୍ର କୁମାର ବାଡତ୍ୟା,+3 ଅଧ୍ୟକ୍ଷ ଅଶୋକ କୁମାର ସ୍ବାଈଁ, ପିତ୍ତଳ କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ମିଶ୍ର,ଅବସରପ୍ରାପ୍ତ ଅଧ୍ୟାପକ ହୃଷିକେଶ ପାତ୍ର,

ବଟନି ବିଭାଗର ଅଧ୍ୟାପକ ଶିଶିର କୁମାର ତ୍ରିପାଠୀ, ମିଡିଆ ହାଉସ ର ଉପଦେଷ୍ଟା ହୃଷିକେଶ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ମିଡ଼ିଆ ହାଉସ ର ଉପଦେଷ୍ଟା ମେଘନାଦ ଦାସ ଓ ଉପସଭାପତି ବିଚିତ୍ରାନନ୍ଦ ମୁନି ସମ୍ବର୍ଦ୍ଧନା ଉତ୍ସବ କୁ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ମିଡ଼ିଆ ହାଉସ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଉତ୍ସବରେ କଳା ବିଭାଗ ରେ ପୀତଳ ମହାବିଦ୍ୟାଳୟ ର ପବିତ୍ର ମୋହନ ବାଡ଼ତ୍ୟା ୫୧୪ ମାର୍କ ରଖି ପ୍ରଥମ ଓ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଲିଜ଼ା ସ୍ବାଇଁ ୫୧୩ ମାର୍କ ରଖି ଦ୍ୱିତୀୟ,ବାଣିଜ୍ୟ ବିଭାଗ ରେ ଶେରଗଡ଼

ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦିପକ ସ୍ବାଇଁ ୪୩୫ ଓ ସଂଗ୍ରାମ ଗୌଡ଼ ୪୦୯ ମାର୍କ ରଖି ବ୍ଲକରେ ପ୍ରଥମ ଓ ଦ୍ୱିତୀୟ ଏବଂ ସେହିପରି ବିଜ୍ଞାନ ବିଭାଗ ରେ ଉଭୟ ବରମୁଣ୍ଡଳୀ ପଂଚାୟତ ର ସାଇରାମ ସାବତ ୪୫୫ ମାର୍କ ରଖି ପ୍ରଥମ ଓ ସ୍ମୃତି ରେଖା ପାଢ଼ୀ ୪୧୫ ମାର୍କ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ସମସ୍ତ ଙ୍କୁ ମିଡ଼ିଆ ହାଉସ ଶେରଗଡ଼ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର।