
ଆସିକା , ୧୯/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ୍ ଚାରିମଇଲିର ସନ୍ଧିନୂଆପଲ୍ଲୀ ଠାରେ ପ୍ରଣବ ଏଜୁକେସନଲ୍ ସୋସାଇଟି ତରଫରୁ ଆଜିର ଏହି ପବିତ୍ର ଜନ୍ମାଷ୍ଟମୀ ଦିବସରେ ବୃକ୍ଷରୋପଣ କରାଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ତହସିଲଦାର ଶ୍ରୀ ସଞ୍ଜୟ କୁମାର ସାମନ୍ତରାୟ , ଫରେଷ୍ଟ ରେଞ୍ଜର ପ୍ରମୋଦ କୁମାର ପଣ୍ଡା , ସମାଜସେବୀ ଭଗବାନ ସାହୁ, ସୋସାଇଟିର ସଭାପତି ଶ୍ରୀ ଶିବ ଚରଣ ଜେନା , ସମ୍ପାଦକ ଶ୍ରୀ J . ରବିନ୍ଦ୍ର ନାଥ ପାତ୍ର ,




ଷ୍ଟେଟବ୍ୟାଙ୍କର ପରିଚାଳକ ଖୂତିଶ ମୋହନ ଜେନା, ଅବସରପ୍ରାପ୍ତ ମୁଖ୍ୟ ଡାକ ପ୍ରବନ୍ଧକ ଶ୍ରୀ ଉତ୍ତର କୁମାର ପରିଡ଼ା, ଅବସରପ୍ରାପ୍ତ ବିଜ୍ଞାନ ଅଧ୍ୟାପକ ଆଧ୍ୟାତ୍ମିବିତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାୟଗୁରୁ, ଅବସରପ୍ରାପ୍ତ ଶିକ୍ଷକ ଦୂର୍ଗା ଚରଣ ପଣ୍ଡା ଯୋଗଦେଇଥିଲେ ।


ବିଭିନ୍ନ ପ୍ରକାରର ଚାରା ତଥା ଅଶୋକା, ଅଁଳା, ଶାଗୁଆନ ଏପରି ଅନ୍ୟାନ୍ୟ ଚାରା ରୋପଣ କରାଯାଇଥିଲା ।


ପରିଶେଷରେ ସନ୍ତୋଷ ଦାଶ , ସରୋଜ କୁମାର ମିଶ୍ର, ସତ୍ୟ ନାରାୟଣ ସାହୁ, ହରେକୃଷ୍ଣ ଲେଙ୍କା ଓ ନୃସିଂହ କୁମାର ମିଶ୍ର , ସହଯୋଗ କରିଥିଲେ ।



ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ବୃକ୍ଷ ରୋପଣ କରିବା ସହ ଆଜିର ଏହି ଜନ୍ମାଷ୍ଟମୀ ଦିବସରେ ପରସ୍ପରକୁ ଅଭିନନ୍ଦନ ଜଣାଇଥିଲେ।


