Saturday, November 14, 2026
Home ଆଞ୍ଚଳିକ ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ଚାରିବଖରା ଘର ଭସ୍ମ,ସହାୟତା କଲେ କନ୍ଧମାଳ ସାଂସଦ ପ୍ରତିନିଧି...

ବଜ୍ରପାତରେ ଅଗ୍ନିକାଣ୍ଡ ଘଟି ଚାରି ପରିବାରର ଚାରିବଖରା ଘର ଭସ୍ମ,ସହାୟତା କଲେ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ବାରିକ।

50

ଜଗନ୍ନାଥ ପ୍ରସାଦ , ୧୯/୦୮/୨୨ ( ଜିଲ୍ଲା ଖବର ) : ଲଘୁଚାପ ଜନିତ ଲଗାଣ ବର୍ଷା ଦୀର୍ଘଦିନ ଧରି ଲାଗିରହିଥିଲେ ମଧ୍ଯ ଦୈବୀଶକ୍ତିର ବଜ୍ର ଆଘାତରୁ କିଏ ମୁକୁଳି ପାରିନି ।

ଲଗାତର ଭାବେ ବର୍ଷା ଲାଗିରହିଥିଲେ ମଧ୍ଯ ଇନ୍ଦ୍ରଦେବଙ୍କ ବିଜୁଳି ଆଘାତରେ ଚାହୁଁ ଚାହୁଁ ଜଳିଗଲା ଚାରି ଗରିବ ପରିବାରର ଚାରିବଘରା ଘର । ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ରୁଢାପଦର ଗ୍ରାମ ପ୍ରଧାନ ସାହିରେ ।

ଏଥିରେ ଶମ୍ଭୁ ନାଇକ,ଅଶୋକ ନାଇକ,ଫକୀର ନାଇକ ଓ ଭାଗୀ ନାଇକଙ୍କ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସମ୍ପୁର୍ଣ୍ଣ ଜଳିପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ବିଡିଓ ଅନୁପ ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଅଗ୍ନିବିପନ୍ନ ପରିବାରଙ୍କୁ ଜରିପାଲ

ଏବଂ କିଛି ଚାଉଳ ଯୋଗାଇ ଦେଇଥିବା ବେଳେ କନ୍ଧମାଳ ସାଂସଦଙ୍କ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରତିନିଧି ବିପ୍ରଚରଣ ବାରିକ ମଧ୍ଯ ଦୁର୍ଦ୍ଦଶାରେ ପଡିଥିବା ପରିବାରଙ୍କୁ ଭେଟି କମ୍ବଳ,ଲୁଗା,ଚୁଡା,ଚାଉଳ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।

ସହାୟତା ପ୍ରଦାନ କରିଥିବା ସମୟରେ ଶିଶିରକାନ୍ତ ସାହୁ ଅମର ନାୟକ ନିର୍ମଳ ଚନ୍ଦ୍ର ନାୟକ ରଞ୍ଜିତ କୁମାର ପ୍ରଧାନ ରଙ୍କନିଧି ପାତ୍ର ଶ୍ରୀକାନ୍ତ ଦଳବେହେରା ବିନୋଦ କୁମାର ଜାନି ସତ୍ୟବାନ ନାୟକ ଅନିରୁଦ୍ଧ ନାୟକ ସୌମ୍ୟରଞ୍ଜନ ମିଶ୍ର ଆକୁଳ ସେଠୀ

ଏବଂ ଦିଲ୍ଲୀପ ଭାଇ ସମ୍ପୁର୍ଣ୍ଣ ସହଯୋଗ କରିବା ସହ ଆଗକୁ ସରକାରଙ୍କ ତରଫରୁ ଯାହା ସହାୟତା ପାଇବାକୁ ଯୋଗ୍ୟ ତାହା ସମସ୍ତ ପ୍ରକାର ସହଯୋଗ କରାଯିବା ନେଇ ଶ୍ରୀଯୁକ୍ତ ବାରିକ କହିଥିଲେ ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।