
ରାୟଗଡ଼ା , ୧୭/୦୮/୨୨ (ଜିଲ୍ଲା ଖବର) : ୧୭ଦିନ ଧରି ପାନୀୟ ଜଳରୁ ବଞ୍ଚିତ ଥିବାରୁ ମୁଖ୍ୟ ବଜାର ର ୪ ଟି ସ୍ଥାନରେ ତ୍ରିରଙ୍ଗା ପତାକା ସହ ଖାଲି ହାଣ୍ଡିକୁଣ୍ଡି ଧରି ମହିଳା ମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ହେଉଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରମହକୁମାର ।
ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଜଳ ପରିମଳ ବିଭାଗ ପକ୍ଷରୁ ପୁରୁଣା ପାଇପ ବାହାର କରି ନୁତନ ପାଇପ ବିଛାଇଥିଲେ ମଧ୍ଯ ପ୍ରତ୍ୟେକ ସାହିକୁ ପାଇପ ଗୁଡିକ ସଂଯୋଗ କରି ନ ଥିବାରୁ ଆଜକୁ ପ୍ରାୟ ୧୭ ଦିନ ହେବ ଲୋକେ ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ରହିଥିବାରୁ ଲୋକେ ବାଧ୍ଯ ହୋଇ ବର୍ଷା ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।



ବାରମ୍ବାର ବ୍ଲକ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କୁ ଗୁହାରି କରିଥିଲେ ମଧ୍ଯ କେହି ନ ଶୁଣିବାରୁ ଆଜି କଲ୍ୟାଣସିଂହପୁର ସଦର ର ମହିଳା ମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ବଡବ୍ରାହ୍ମଣ ସାହି,ସାନ ବ୍ରାହ୍ମଣ ସାହି, କେଉଟ ସମ୍ପ୍ରଦାୟର ମହିଳା, ଓ କାମ୍ପ ସାହି ଗୌଡ଼ସାହି ,ବେହେରାସାହି,ର ମହିଳା ମାନେ ୪ଟି ଛକରେ ରାସ୍ତା ଅବରୋଧ କରିଥିଲେ ।


ଯାହା ଫଳରେ ପ୍ରାୟ୪ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା ।ପାନୀୟଜଳ ସମସ୍ଯା ଦୁର ନ କରିବା ପର୍ଯ୍ୟନ୍ତ ରାସ୍ତାରୁ ହୋଟିବୁ ନାହିଁ ବୋଲି ଜିଦି ଧରିଥିବା ଦେଖିବାକୁ ମିଳିଥିଲା ।


ଘଟଣାସ୍ଥଳ ରେ ପହଞ୍ଚି ସ୍ଥାନୀୟ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ବୁଝାସୁଝା କରିଥିଲେ ମଧ୍ଯ କେହି ଶୁଣି ନ ଥିବା ବେଳେ ଏହା ପରେ ଏ ବିଡିଓ ବଳରାମ ପାତ୍ର ଓ ସରପଞ୍ଚ ଗୌତମ ବାର୍ଲି ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରଥିଲେ କିନ୍ତୁ ମହିଳାମାନେ ରୋକଠକ ମନା କରିଦେଇଥିଲେ, ଯେଉଁ ପର୍ଯ୍ୟନ୍ତ ପାଣି ଯୋଗାଇଦିଆଯିବ ନାହିଁ ସେହି ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ବୋଲି ମହିଳା ମାନେ କହିଥିଲେ ।


ଏ ନେଇ ଜଳ ଯୋଗାଣ ଓ ପରିମଳ ବିଭାଗ ଯନ୍ତ୍ରୀ ନଳନି ପ୍ରୀୟ ଦର୍ଶନୀ ଦାସ ଘଟଣା ସ୍ଥଳରେ ପହଞ୍ଚି ବାରୁ ଉତ୍ତେଜିତ ମହିଳା ମାନେ ଘେରିଯାଇଥିଲେ।ବହୁ ସମୟ ଧରି ବାଦବିବାଦ ହେବା ପରେ ଆଜି ଅପରାହ୍ନ ରେ ଟେଙ୍କର ଯୋଗେ ପାଣି ଯୋଗାଇବା ସହ ଗୋଟିଏ ଲାଇନ ରେ



ଥାନା ଠାରୁ ବଡ଼ବ୍ରାହ୍ମଣ ସାହି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ଓ ଆସନ୍ତା କାଲି ଠାରୁ ଜଗନ୍ନାଥ ମନ୍ଦିର ଠାରୁ ସାନବ୍ରାହ୍ମଣ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ରୁ ମହିଳା ମାନେ ଓହରି ଥିବା ଦେଖିବାକୁ ମିଳିଛି।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



