Saturday, November 14, 2026
Home ଆଞ୍ଚଳିକ ଆସିକା ବିଜ୍ଞାନ ମହାବିଦ୍ୟାଳୟରୁ ୟୁନିଭରସିଟି ଟପ୍ପର।

ଆସିକା ବିଜ୍ଞାନ ମହାବିଦ୍ୟାଳୟରୁ ୟୁନିଭରସିଟି ଟପ୍ପର।

345

ଆସିକା , ୧୭/୦୮/୨୨ ( ଜିଲ୍ଲା ଖବର ) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଜନୈକ ହିନ୍ଦୀ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ପାତ୍ର (୧୩୦୬ ନଂ) ୯୩.୨୮% ଏବଂ ଜନୈକ ରାଜନିତୀ ବିଜ୍ଞାନ ଛାତ୍ରୀ ଲକ୍ଷ୍ମୀ ବିଶୋୟୀ (୧୨୬୪ ନଂ) ୯୦.୨୮% ରଖି ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରୁ ସ୍ନାତକରେ ଶୀର୍ଷସ୍ଥାନ ଅଳଂକୃତ କରିଛନ୍ତି। ସୁଶ୍ରୀ ପ୍ରିୟଙ୍କା ପାତ୍ର କୁମ୍ଭାରୀ ଗ୍ରାମ ନିବାସୀ ଶ୍ରୀ ରାଜେନ୍ଦ୍ର ପାତ୍ର ଏବଂ ଶ୍ରୀମତୀ ଗୀତାଞ୍ଜଳୀ ପାତ୍ରଙ୍କ କନ୍ୟା ଅଟନ୍ତି ଏବଂ ସୁଶ୍ରୀ ଲକ୍ଷ୍ମୀ ବିଶୋୟୀ ଭେଙ୍କଟରାଇପଲ୍ଲୀ ଗ୍ରାମ ନିବାସୀ ଶ୍ରୀ ଉମେଶ୍ ବିଷୋୟୀ ଏବଂ ଶ୍ରୀମତୀ ଅହଲ୍ୟା ବିଶୋୟୀଙ୍କ ସୁପୁତ୍ରୀ ଅଟନ୍ତି। ଉଭୟେ ଏହି ସଫଳତାର ଶ୍ରେୟ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ବଳିଷ୍ଠ ତତ୍ତ୍ବାବଧାନ ତଥା ହିନ୍ଦୀ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଜୀନିତ୍ ସବା, ରାଜେଶ୍ କୁମାର ସାହୁ, ଏ. ଲକ୍ଷ୍ମୀ ଦୋରା ଏବଂ ରାଜନିତୀ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ,

ପ୍ରଦୀପ ଶବର ଓ ଅନୀଲ୍ କୁମାର ପ୍ରଧାନଙ୍କ ମାର୍ଗଦର୍ଶନରେ ସମ୍ଭବପର ହୋଇପାରିଛି ବୋଲି କହିଛନ୍ତି। ତତ୍ ସଙ୍ଗେ ନିଜର ଅକ୍ଳାନ୍ତ ପରିଶ୍ରମ ହିଁ ଏହି ଶ୍ରେୟ ପ୍ରଦାନ କରିପାରିଛି ବୋଲି ଉଭୟେ ନିଜ ନିଜର ମତ ପୋଷଣ କରିଥିଲେ। ଉକ୍ତ ମହାବିଦ୍ୟାଳୟ ଅର୍ଥନିତୀ ବିଭାଗର ଛାତ୍ରୀ ସୁଶ୍ରୀ ମାମାଲୀ ଗୌଡ଼ ମଧ୍ୟ ୧୧୮୧ ନଂ ୮୪.୩୫% ରଖି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ୭ମ ସ୍ଥାନ ଅଳଂକୃତ କରିଛନ୍ତି। ପ୍ରକାଶ ଥାଇ କି ଆଜକୁ ହିନ୍ଦୀ ବିଭାଗ ଦୀର୍ଘ ୧୧ ବର୍ଷ ଧରି ଏହି ସଫଳତା ଜାରୀ ରଖିପାରିଛି। ବର୍ତ୍ତମାନ ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟ ତରଫରୁ ଆସିକା ବିଜ୍ଞାନ ମହାବିଦ୍ୟାଳୟ ହିନ୍ଦୀ ବିଭାଗର ଟପ୍ ଟେନ୍ ତାଲିକାରେ ସମସ୍ତ ଛାତ୍ରୀ ଉକ୍ତ ମହାବିଦ୍ୟାଳୟରୁ ହିଁ ଅବତୀର୍ଣ୍ଣ ଅଛନ୍ତି। ଆଗାମୀ ବର୍ଷମାନଙ୍କରେ ଉକ୍ତ ପ୍ରକ୍ରିୟା କିପରି ସମସ୍ତ ବିଭାଗରେ ମଧ୍ୟ ଜାରୀ ରହିବ, କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ସମସ୍ତ ବିଭାଗର ବିଭାଗ ମୁଖ୍ୟ ତଥା ଅଧ୍ୟାପକ ତଥା ଅଧ୍ୟାପିକାମାନଙ୍କୁ ନିବେଦନ କରିଛନ୍ତି। ଛାତ୍ରୀମାନଙ୍କ ଏହି ସଫଳତାରେ ଆଖପାଖ ଅଞ୍ଚଳର ଅଭିଭାବକ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଛୁଟି ଆସୁଛି।