Sunday, October 11, 2026
Home ଆଞ୍ଚଳିକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକ ଦର୍ଶନ ଶାସ୍ତ୍ର ପରୀକ୍ଷାରେ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବାଜିମାତ୍;...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକ ଦର୍ଶନ ଶାସ୍ତ୍ର ପରୀକ୍ଷାରେ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବାଜିମାତ୍; ପ୍ରଥମ ଦଶ ଜଣଙ୍କ ମଧ୍ୟରେ ମହାବିଦ୍ୟାଳୟର ନଅ ଛାତ୍ରଛାତ୍ରୀ ।

55

ବେଲଗୁଣ୍ଠା, ୧୭/୦୮/୨୨ ( ଜିଲ୍ଲା ଖବର ) : ସଦ୍ୟ ପ୍ରକାଶିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ଶେଷ ବର୍ଷ ଦର୍ଶନ ଶାସ୍ତ୍ର ପରୀକ୍ଷାଫଳରେ ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବାଜିମାତ୍ କରିଛନ୍ତି I ଦର୍ଶନ ଶାସ୍ତ୍ର ବିଭାଗର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଥମ ଦଶ ଜଣଙ୍କ ମଧ୍ୟରେ କେବଳ ଏହି ମହାବିଦ୍ୟାଳୟରୁ 9 ଜଣ ଛାତ୍ର ଛାତ୍ରୀ ସ୍ଥାନ ଅଧିକାର ପାଇଛନ୍ତି I ସୂଚନା ପ୍ରକାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସ୍ତରରେ ପ୍ରକାଶ ପାଇଥିବା ଦର୍ଶନ ଶାସ୍ତ୍ର ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ସ୍ଥାନ ମଧ୍ୟରେ କ୍ରମାନ୍ଵୟରେ ମହାବିଦ୍ୟାଳୟର ମଧୁସ୍ମିତା ପରିଡ଼ା, ସୁମିତ୍ରା କୁମାରୀ ସ୍ୱାଇଁ, ଜାନକୀ ମାଝୀ, ପ୍ରିୟଙ୍କା ବିଷୋୟୀ, ରେବତୀ ବିଷୋୟୀ,ଶିବାନୀ ବିଶ୍ଵାଳ, ସୁଦାମ ଚରଣ ସ୍ୱାଇଁ, ଏ ବର୍ଷାରାଣୀ ପାତ୍ର, ଜସ୍ମୀନ କୁମାରୀ ବିଷୋୟୀ ରହିଥିବା ବେଳେ ଛାତ୍ରୀ ଅନିଶା ଲେଙ୍କା ଦଶମ ସ୍ଥାନ ଅଧିକାର କରିଛନ୍ତି I ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ମହାବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଥିବା ଛାତ୍ରଛାତ୍ରୀ ମାନେ ଏହି ସଫଳତାର ସମସ୍ତ ଶ୍ରେୟ ବିଭାଗୀୟ ଅଧ୍ୟାପକ ବିଦ୍ୟାଧର ସ୍ୱାଇଁଙ୍କୁ ଦେଇଛନ୍ତି I ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I