
ଗୁଣୁପୁର , ୧୭/୦୮/୨୨ ( ଜିଲ୍ଲା ଖବର ) : ଚଳିତ ବର୍ଷ ସିବିଏସଇ ଦଶମ
ଶ୍ରେଣୀ ପରୀକ୍ଷାରେ ଗାନ୍ଧୀ ପବ୍ଲିକ୍ ସ୍କୁଲର ଛାତ୍ରୀ ସ୍ମୃତିଶିଖା ମହାନ୍ତି ୯୮.୬% ପ୍ରତିଶତ ନମ୍ବର ରଖି ରାୟଗଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଇଂରାଜୀରେ ୯୯ ଓଡିଆରେ ୯୯ ଗଣିତରେ ୯୯ ବିଜ୍ଞାନରେ ୧୦୦ ସାମାଜିକ ବିଜ୍ଞାନରେ ୯୬ ଏହିପରି ମୋଟ ୫୦୦ ନମ୍ବରରୁ ୪୯୩ ନମ୍ବର ପାଇଛନ୍ତି । ୭୬ ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ଦ୍ଵାରା ସ୍ମୃତିଶିଖା ମହନ୍ତ ସମ୍ବର୍ଦ୍ଧିତ ହୋଇଛନ୍ତି । ସେ ଜଣେ ମେଧାବିନୀ ଛାତ୍ରୀ ତାହା ସହିତ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ଥର ପୁରସ୍କୃତ ହୋଇଛନ୍ତି ଏବଂ ଭବିଷ୍ୟତରେ ଜଣେ ଡ଼ାକ୍ତର ହେବାପାଇଁ ଲକ୍ଷ ରଖିଥିବା ସ୍ମୃତିଶିଖା କହିଛନ୍ତି।

ମାଆ ସୁଜାତା ମହାନ୍ତି ଜଣେ ଗୃହିଣୀ ପିତା ଶଶୀଭୂଷଣ ମହାନ୍ତି ଗୁଣପୁର ମହାବିଦ୍ୟାଳୟର ରାସାୟନ ବିଜ୍ଞାନର ପ୍ରଧ୍ୟାପକ ଅଟନ୍ତି । ଦୈନିକ ଆଠ ରୁ ଦଶ ଘଣ୍ଟା ପରିଶ୍ରମ, ପିତାମାତା ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାର୍ଗ ଦର୍ଶନ ଓ ଆଶୀର୍ବାଦ ପାଇଁ ଆଜି ସଫଳତା ପାଇଥିବା ସ୍ମୃତିଶିଖା କହିଛନ୍ତି । କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ବାସ ଏ ସଫଳତାର ମୂଳମନ୍ତ୍ର ବୋଲି ସେ କହିଛନ୍ତି । ଏହି ସଫଳତା ପାଇଁ ଅନୁଷ୍ଠାନ ର ଅଧ୍ୟକ୍ଷ, ଶିକ୍ଷକ ଶିକ୍ଷୟିତ୍ରୀ ସାଙ୍ଗ ସାଥୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ଖବର ।



