
ଖଲ୍ଲିକୋଟ,୧୬/୮(ଜିଲ୍ଲା ଖବର) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଚତୁର୍ଥ ପୂଣ୍ୟ ତିଥି ଖଲ୍ଲିକୋଟ ପ୍ରେସକ୍ଳବ ତରଫରୁ ପାଳନ କରାଯାଇ ଶ୍ରଦ୍ଧା ସୂମନ ଅର୍ପଣ କରାଯାଇଥିଲା। ପ୍ରେସକ୍ଳବ ସମ୍ପାଦକ ମନମୋଦନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ବାଜପେୟୀଙ୍କୁ ଜଣେ ପ୍ରବୀଣ ରାଜନୀତିଜ୍ଞ,କବି, ସାହିତ୍ୟିକ ,ସାମ୍ବାଦିକ, ସମାଜସେବୀ ଓ ରାଜନେତା ତଥା ଜଣେ ରାଜଶ୍ରୀ ପୁରୁଷ ଭାବେ ଗଣନା କରି ସ୍ମୃତି ଚାରଣ କରାଯାଇଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ତଥା ପ୍ରେସକ୍ଳବ ସଭାପତି ଅଶୋକ କୁମାର ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ତଥା ପ୍ରେସକ୍ଳବ ଉପଦେଷ୍ଟା ମାଧବ ଵେହେରା ପ୍ରମୁଖ ବାଜପେୟୀ ଜୀବନୀ ଉପରେ ନିଜ ନିଜର ଉଦବୋଧନ ଦେବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରେସକ୍ଳବର ଉପସଭାପତି ଅଶ୍ବିନୀ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ତ୍ରିପାଠୀ, ସୁନୀଲ କୁମାର ମହାପାତ୍ର, ବଦ୍ରିନାଥ ସାହୁ ସମେତ ସ୍ବେଚ୍ଛାସେବୀ ଶ୍ରୀହର୍ଷ ଦାସ, ରାଜକିଶୋର ସାହୁ, ପୂର୍ଣ ଚନ୍ଦ୍ର ବେହେରା ,ପ୍ରଦୀପ କୁମାର ଦାସ, ବିଷ୍ଣୁ ପ୍ରସାଦ ମହାନ୍ତି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଚେତନ ନାଗରିକ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ସ୍ବର୍ଗତ ପୂଣ୍ୟ ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


