ପ୍ରସିଦ୍ଧ ଶକ୍ତିପୀଠରେ ବନ୍ଯାଜଳ।

83

କଟକ , ୧୭/୦୮/୨୨ ( ଜିଲ୍ଲା ଖବର ) : ଓଡିଶାର ଅନ୍ଯତମ ପ୍ରସିଦ୍ଧ ଶକ୍ତିପୀଠ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ଭଟ୍ଟାରିକାଙ୍କ ମନ୍ଦିର ର ବେଢାରେ ଚଳିତ ବର୍ଷର ପ୍ରଥମ ବନ୍ଯାଜଳ ପ୍ରବେଶ କରିଛି।

ମହାନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ଯାମ୍ ରୁ ଜଳ ନିଷ୍କାସିତ ହୋଇଥିବାରୁ ଏହି ପ୍ରକାରର ପରିସ୍ଥିତି ଉପୁଜିଛି।

ମା’ଭଟ୍ଟାରିକାଙ୍କ ଗମ୍ଭୀରା ମଧ୍ଯରେ ବନ୍ଯାଜଳ ପ୍ରବେଶ କରିବା କାରଣରୁ ମାଆଙ୍କର ଚଳନ୍ତି ପ୍ରତିମାକୁ ମନ୍ଦିର ନିକଟରେ ଥୂବା ରତ୍ନଗିରି ପର୍ବତରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ମାଆଙ୍କର ସେବାୟତଙ୍କ ଦ୍ବାରା ସ୍ଥାନାନ୍ତର କରାଯାଇଛି। ଏହି ଅସ୍ଥାୟୀ ଗମ୍ଭୀରାରେ ମାଆଙ୍କର ପୂଜାର୍ଚ୍ଚନା ଦୈନିକ ରୀତିନୀତି ଅନୁସାରେ କରାଯିବ ବୋଲି ଜଣାପଡ଼େ।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ ସତର୍କତା ଲାଗି ମନ୍ଦିରର ବେଢା ଚତୁଃପାର୍ଶ୍ଵରେ ଲାଗିଥିବା ଆଲୋକ ଓ ଯଞମଣ୍ଡପରେ ଲାଗିଥିବା ଅସ୍ଥାୟୀ ପ୍ରାଚୀରକୁ ଖୋଲି ଦିଆଯାଇଛି।

ବନ୍ଯାଜଳ ଲାଗି ମାଆଙ୍କର ସ୍ଥାନାନ୍ତର କାରଣରୁ ଦୈନିକ ପୁଜା ରୀତିନୀତି ରେ ଯେପରି କୌଣସି ବ୍ଯାଘାତ ନ ଘଟେ ସେଥୂପ୍ରତି ବଡମ୍ବା ଦେବୋତ୍ତର ବିଭାଗ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି।

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର।