
ବ୍ରହ୍ମପୁର (ଜିଲ୍ଲା ଖଵର) : ଆଜି ହିଲପାଟଣା ସ୍ଥିତ ଏସ ଏମ ଆଇଟି ଗଣଯୋଗାଯୋଗ ବିଭାଗରେ ଶଶୀଭୂଷଣ ରଥଙ୍କ ଜୟନ୍ତି ପାଳିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମକୁ କୁ ଶର୍ମିଷ୍ଠା ମହାରଣା ପରିଚାଳନା କରିଥିଲେ. ଏସ ଏମ ଆଇଟି ଗଣଯୋଗାଯୋଗ ବିଭାଗ ର ଅଧିକ୍ଷା ଶ୍ରୀମତୀ ଭାରତୀଵାଲା ପଟଟନାୟକ ଶଶିଭୂଷଣ ରଥଙ୍କ ନୀତି ଆଉ ଅଦର୍ଶ କୁ ନେଇକି ଛାତ୍ର ଓ ଛାତ୍ରୀଙ୍କୁ ଆଲୋକପାତ କରିଥିଲେ Iସଭାପତି ଭଗବାନ ଗନ୍ତାୟତ ସମସ୍ତଙ୍କୁ ନବବର୍ଷର ଶୁଭକାମନା ଜଣେଇଥିଲେ I ଓଡ଼ିଆ ଖବର କାଗଜ ଦୈନିକ ଆଶା ସମ୍ପର୍କରେ ଛାତ୍ରଛାତ୍ରୀ ଓ ଉପସ୍ଥିତ ଅତିଥିମାନଙ୍କୁ ଅଵଗତ କରାଇଥିଲେ Iଏହି କାର୍ଯ୍ୟକ୍ରମରେ ସମ୍ପାଦକ ଯାମୁଲା ଶଙ୍କର ନାରାୟଣ, ଯୁଗ୍ମ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା କହିଥିଲେ ଦୈନିକ ଆଶା ପୁଣିଥରେ କିଭଳି ଖବରକାଗଜ ପ୍ରକାଶ ପାଇବ ସେନେଇ ଚେଷ୍ଟା ଜାରି ରହୁଛି ଆଉ ଆଗାମୀ ଦିନ ଏହା ପ୍ରତିଷ୍ଠା ହୋଉ ନିଶ୍ଚୟ ଖବରକୁ ଲୋକମାନକୁ ନିକଟରେ ପହଞ୍ଚିପାରିବ ବୋଲି କାହିଁଛନ୍ତି I ଶଶୀଭୂଷଣ ରଥ ଜୟନ୍ତୀ ଅବସରରେ ଏସେମଆଇଟି ଅଧିକ୍ଷା ଶ୍ରୀମତୀ ଭାରତୀ ଵାଲା ପଟ୍ଟନାୟକ, ଅଧ୍ୟାପକ ହରିଶ ଚନ୍ଦ୍ର ବେହେରା, ଅଧ୍ୟାପକ ସନ୍ନଥ ପଣ୍ଡା, ଏସ ଏମ ଆଇଟି ସଭାପତି ଭଗବାନ ଗନ୍ତାୟତ, ସମ୍ପାଦକ ଯାମୁଲା ଶଙ୍କର ନାରାୟଣ, ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପ୍ରଥମ ବର୍ଷ ଛତ୍ରୀ ଶର୍ମିଷ୍ଠା ମହାରଣା, ଯୋଶନା କୁମାରୀ ସାହୁ ,ଶିବ ମହାରଣା ସହ ଦୁତୀୟ ବର୍ଷ ଛାତ୍ରି ସୁନୀତା ଗୌଡ଼, ମନସ୍ବିନୀ ମିଶ୍ର, ଛାତ୍ର ଶାନ୍ତନୁ ରଣା, କଲିଦାସ ଅନୁଷ୍ଠିତ ହୋଇଥିବ କାର୍ଯ୍ୟକ୍ରମକୁ ସଫଳ କରିଥିଲେ




