Home ଆଞ୍ଚଳିକ ଲଘୁଚାପ ଜନିତ ବର୍ଷାରେ ଦୋକାନରେ ଡ୍ରେନେଜ୍ ପାଣି ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ।

ଲଘୁଚାପ ଜନିତ ବର୍ଷାରେ ଦୋକାନରେ ଡ୍ରେନେଜ୍ ପାଣି ପଶି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ।

72

ରାୟଗଡ଼ା , ୧୬/୦୮/୨୨ ( ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ସୋନୁ ଏନ୍ଟରପ୍ରାଇଜେସ୍ ନାମକ ଦୋକାନ ରେ ଡ୍ରେନେଜ୍ ପାଣି ପଶି ପ୍ରାୟ ଦଶ ଲକ୍ଷ୍ୟରୁ ଉର୍ଦ୍ଧ୍ବ ଇଲେକ୍ଟ୍ରୋନିକ ସାମଗ୍ରୀ ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ଦୁଇଦିନ ପ୍ରବଳ ବର୍ଷା ଯୋଗୁଁ ଦୋକାନ ବନ୍ଦ ରହିଥିଲା।

ଜାତୀୟ ରାଜପଥ ୩୨୬ ନଂ ଡ୍ରେନ ପାଣି ଦୋକାନରେ ପଶିଯାଇଥିଲା । ଦୋକାନରେ ପ୍ରାୟ ୩ ଫୁଟ ଉଚ୍ଚତାରେ ବର୍ଷା ପାଣି ଦୋକାନ ଭିତରେ ପଶି ପ୍ରାୟ ଦୁଇ ଦିନ ରହିଥିଲା। ଦୋକାନ ମାଲିକ ବିଶ୍ଵନାଥ ସେନାପତି କହିଛନ୍ତି ଡ୍ରେନେଜ୍ ପାଣି ନିଷ୍କାସନ ନ ହୋଇ ଦୋକାନ ଭିତରେ ପ୍ରବେଶ କରିଥିଲା ।

ବାରମ୍ବାର କୋଲନରା ଅଗ୍ନିଶମ ବିଭାଗ କୁ ଯୋଗାଯୋଗ କରିବା ସ୍ଵତେ ମଧ୍ୟ ପ୍ରାୟ ୩ ରୁ ୪ ଘଣ୍ଟା ବିଲମ୍ୱ ରେ ଆସି ପହିଞ୍ଚି ଥିଲେ । ବିଶ୍ଵନାଥ ସେନାପତି ବ୍ୟାଙ୍କ୍ ଋଣ କରି ଦୋକାନ ଟିଏ କରିଥିଲେ ।

ଏବେ ଚିନ୍ତାରେ ଦୋକାନ ମାଲିକ ବ୍ୟାଙ୍କ୍ ଋଣ କିପରି ସୂଜିବେ । ସରକାରଙ୍କ ତରଫରୁ କିଛି ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି ବିଶ୍ଵନାଥ ସେନାପତି ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।