Home ଆଞ୍ଚଳିକ ରାମକୃଷ୍ଣ ମିଶନ ଠାରେ ମୁନିଗୁଡା ଏସ୍ ଡିପିଓ ଙ୍କ ଦ୍ଵାରା ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

ରାମକୃଷ୍ଣ ମିଶନ ଠାରେ ମୁନିଗୁଡା ଏସ୍ ଡିପିଓ ଙ୍କ ଦ୍ଵାରା ପିଲାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

101

ରାୟଗଡ଼ା , ୧୬/୦୮/୨୨ (ଜିଲ୍ଲା ଖବର ) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ରାମକୃଷ୍ଣ ମିଶନ ଠାରେ ବିଗତ କାଲି ଶ୍ଵାଧିନତା ଦିବସ ପାଳିତ ଉପଲକ୍ଷେ ମୁନିଗୁଡା ଏସ୍ ଡିପିଓ ଶ୍ରୀ ଆକାଶ କୁମାର ସାହୁ ଙ୍କ ଦ୍ଵାରା ଆଜି ରାମକୃଷ୍ଣ ମିଶନ ଠାରେ ମିଶନର ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ଶ୍ରୀ ସାହୁ।

ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କିପରି ବ୍ୟବହାର ଦିଆଯିବ, ଗଣମାଧ୍ୟମ ପ୍ରତିନିଧି ମାନଙ୍କ କାର୍ଯ୍ୟ କଣ ସେ କେଉଁ ପ୍ରକାର କାର୍ଯ୍ୟ କରିବେ ଓ ପିଲାମାନେ କିପରି ଭଲ ଭାବରେ ପାଠ ପଢି ବାପା ମାଆ ଙ୍କ ସମ୍ମାନ ରଖି ଭଲ ମଣିଷ ହେବେ ଏବଂ ରାମକୃଷ୍ଣ ମିଶନ ଠାରେ ଯେଉଁ ଛାତ୍ର ମାନେ ପାଠ ପଢ଼ୁଛନ୍ତି ସେମାନେ କେମିତି ରାମକୃଷ୍ଣ ମିଶନର ସମ୍ମାନ ରଖିବେ

ସେହି ସମ୍ପର୍କରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ମୁନିଗୁଡା ଏସ୍ ଡିପିଓ ଶ୍ରୀ ଆକାଶ କୁମାର ସାହୁ ଛାତ୍ର ମାନଙ୍କୁ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମ ରେ ରାମକୃଷ୍ଣ ମିଶନ ର ମୁଖ୍ୟ ଶ୍ରୀ ଗୀତାତ୍ମାନନ୍ଦ ମହାରାଜ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ସମସ୍ତ ରାମକୃଷ୍ଣ ମିଶନର କର୍ମଚାରୀ, ଛାତ୍ର ଓ ଅଭିଭାବକ ମାନଙ୍କୁ ମିଶାଇ ମୋଟ ୭୫୦ ଜଣ ଉପସ୍ଥିତ ଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।