ନନ୍ଦାହାଣ୍ଡି ବ୍ଲକ ଠାରେ  ନବରଙ୍ଗପୁର ଜିଲ୍ଳାପାଳ ଙ୍କ ଦ୍ଵାରା ବ୍ଳକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

89

ନନ୍ଦାହାଣ୍ଡି , ୧୬/୦୮/୨୨ ( ଜିଲ୍ଲା ଖବର ) : ନନ୍ଦାହାଣ୍ଡି ବ୍ଲକ ଠାରେ  ନବରଙ୍ଗପୁର ଜିଲ୍ଳାପାଳ ଙ୍କ ଦ୍ଵାରା ବ୍ଳକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସେହି ଜନ ଶୁଣାଣିରେ ମୋଟ ୪୦ ଗୋଟି ଅଭିଯୋଗ ର ଶୁଣାଣି କରିଥିଵାବେଳେ l

୩୫ ଗୋଟି ବ୍ୟକ୍ତି ଗତ ଓ ୫ ଗୋଟି ସାମୁହିକ ଅଭିଯୋଗ ର ଶୁଣାଣି କରିଥିଲେ ଜିଲ୍ଳା ପାଳ ଶ୍ରୀ ଡ଼ କମଳ ଲୋଚନ ମିଶ୍ର      ଘର,ମନରେଗା,ସିଏସି,ଏସ ଏଫ ସି, ବିବାହ ପ୍ରମାଣ ପତ୍ର, ମୋ ସ୍କୁଲ, ଡ୍ରେନ, ମିଶନ ଶକ୍ତି  ଓ ସମସ୍ତ ଉନ୍ନୟନ  ମୂଳକ କାର୍ଯ୍ୟ ର ଲୋକ ମାନେ ଅଭିଯୋଗ କରିଥିବାର ଦେଖିବାକୁ ମିଳିଛି l

ଲୋକ ମାନେ ବିଭିନ୍ନ ସମସ୍ୟା କୁ  ଜିଲ୍ଳାପାଳ ଙ୍କ ନିକଟରେ ଅଭିଯୋଗ କରିଥିବବେଳେ ଏହି ସବୁ ସମସ୍ୟା କୁ ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ l ଏଥିରେ  ୧୦ ଗୋଟି ଉଇଲଚେର, ଦୁଇ ଗୋଟି ସାଇକେଲ,ଗୋଟିଏ କ୍ଳଚ, ଦୁଇଟି ବାଙ୍କୁଳି ବାଡ଼ି  ଭିନ୍ନକ୍ଷମ ହିତାଧିକାରୀ ପ୍ରଦାନ କରାଯାଇଛି l

ଜଣେ ଟ୍ରେନ ରେ ଗଡ଼ କଟି ଯାଇ ଥିବା ଲୋକ କୁ ଚିକିତ୍ସାର  ପାଇଁ ସମସ୍ତ ଖର୍ଚ୍ଚ ବହଣ କରିବାକୁ  ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲପାଳ l ଏଥିରେ  ନବରଙ୍ଗପୁର ଏସ ପି. ଏସସୁଶ୍ରୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରତ୍ନାକର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ହଳଧର ନିହାଲ , ଜିଲ୍ଲାର ସମସ୍ତ ଅଧିକାରୀ, ବ୍ଲକ ଚେରମେନ  ଜିଲ୍ଳା ପରିଷଦ,

ସମସ୍ତ ସରପଞ୍ଚ,ନନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଫୁଲ କୁମାର କଅଁର, ସହ ତହସିଲଦାର ହିମାଂଶୁ ଶେଖର ନାୟକ ଏମପି. ପ୍ରତିନିଧି ସୁନୀଲ ସାହୁ,ଏମ ଏ  ଏଲ. ପ୍ରତିନିଧି ଦୟାନିଧି ବିଷୋୟୀ  ସମେତ ସମସ୍ତ ବ୍ଳକ ଅଧିକାରୀ  ଉପସ୍ଥିତ ଥିଲେ l 
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।