
ବେଲଗୁଣ୍ଠା , ୧୬/୦୮/୨୨ ( ଜିଲ୍ଲା ଖବର ) : ପବିତ୍ର ୭୬ ତମ ସ୍ୱାଧୀନତା ଦିବସ ଅବସରରେ ବେଲଗୁଣ୍ଠା ଏନ୍.ଏ.ସି ଓ ବ୍ଳକର ବିଭିନ୍ନ ବିଭାଗର ପଦାଧିକାରୀ ମାନଙ୍କୁ ନେଇ ଏକ ଅଫିସ’ର୍ସ କ୍ଳବ୍ ଗଠିତ ହୋଇଯାଇଅଛି ।ବେଲଗୁଣ୍ଠା ବ୍ଳକ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ବୈଠକ ଗୃହରେ ପ୍ରେସ୍ କ୍ଲବ ସଭାପତି ତଥା କ୍ଲବ ର ଆବାହକ ପ୍ରଦ୍ୟୁମ୍ନ କୁମାର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତବୈଠକରେ ପ୍ରେସ କ୍ଲବ ସମ୍ପାଦକ ଅଶ୍ୱିନୀ କୁମାର ମାହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ।


କ୍ଳବ ଗଠନର ଲକ୍ଷ୍ୟ ଓ ଆଦର୍ଶ ବିଷୟରେ ଉପସ୍ଥିତ ଥିବା ଅଧିକାରୀ ମାନେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ପରିଚୟ ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଏକ ଗୁରୁତ୍ବପୂର୍ଣ୍ଣ ବ୍ଳକ ହୋଇଥିବା ଯୋଗୁଁ ଏହି କ୍ଳବ୍ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ ବୋଲି ଅଧିକାରୀ ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଥିଲା ।


ସମସ୍ତେ ଏକଜୁଟ ହୋଇ ବେଲଗୁଣ୍ଠା ଅଞ୍ଚଳର ସ୍ୱାର୍ଥ ପାଇଁ କାର୍ଯ୍ୟ କଲେ ସବୁ ବିଭାଗ କାର୍ଯ୍ୟକାରିତା ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଆଲୋଚନା ହୋଇଥିଲା । ସର୍ବସମ୍ମତିକ୍ରମେ ବେଲଗୁଣ୍ଠା ତହସିଲଦାର ଧରଣୀଧର ବେହେରା ସଭାପତି, ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଉପସଭାପତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର


ସାଧାରଣ ସମ୍ପାଦକ, ବିଦ୍ୟୁତ୍ ବିଭାଗ ଉପଖଣ୍ଡ ଅଧିକାରୀ ଆଦିତ୍ୟ କୁମାର ଦାଶ ଯୁଗ୍ମ ସମ୍ପାଦକ, ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର କୋଷାଧ୍ୟକ୍ଷ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଉପଦେଷ୍ଟା ଭାବେ ମନୋନୀତ ହୋଇଥିବା ବେଳେ ଏବଂ ଗଭର୍ଣ୍ଣି କମିଟି ଭାବେ ଗାଙ୍ଗୁପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ,



,ସିଡିପିଓ ଗାୟତ୍ରୀ ମିଶ୍ର ଓ ଭେର୍ଟନାରି ଡାକ୍ତର କାର୍ତ୍ତିକ ସାହୁ ଙ୍କୁ ମନୋନୀତ କରାଯାଇଥିଲା । ହାଇକୋର୍ଟ ର ବରିଷ୍ଠ ଆଇନଜୀବୀ ଓମ ପ୍ରକାଶ ସାହୁଙ୍କୁ ଆଇନ ପରାମର୍ଶ ଦାତା ଭାବେ ମନୋନୀତ କରାଯାଇଛି । ପ୍ରତ୍ୟେକ ମାସ ଶେଷ ଶୁକ୍ରବାରରେ କ୍ଳବ୍ ର ମାସିକ ଅଧିବେଶନ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଥିଲା



ମନୋନୀତ ହୋଇଥିବା କମିଟି ସଦସ୍ୟ ମାନଙ୍କୁ ବେଲଗୁଣ୍ଠା ପ୍ରେସ୍ କ୍ଳବ଼ ଉପସଭାପତି ପ୍ରଭାତ କୁମାର ସାହୁ ଓ କୋଷାଧ୍ୟକ୍ଷ ବିଭୁପାଦ ଜେନା ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ବିଦାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କୁ






ଶେଷରେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବରାମ ଚୌଧୁରୀ ଓ ମଙ୍ଗୁଳୁ ମୁନୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


