ସୋସିଆଲ୍‌ ମିଡିଆ ସାଇଟ୍‌ଗୁଡ଼ିକରେ ସଂଯୋଗ ହୋଇପାରେ ଆଧାରକାର୍ଡ!

24

ନୂଆଦିଲ୍ଲୀ,୨୦/୮(ରବି ଦାସ ): ଆଗକୁ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌, ଟ୍ଵିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟ୍‌ସଆପ୍‌ ଆଦିରେ ଆଧାରକାର୍ଡ ସଂଯୋଗ ହୋଇପାରେ! ନିକଟରେ ତାମିଲ୍‌ନାଡୁ ସରକାର ସୋସିଆଲ୍‌ ମିଡିଆରେ ବେନିୟମ୍‌ କାମକୁ ରୋକିବା ପାଇଁ ଫେସ୍‌ବୁକ୍‌, ଟ୍ଵିଟର୍‌, ଇନ୍‌ଷ୍ଟାଗ୍ରାମ୍‌, ହ୍ଵାଟ୍‌ସଆପ୍‌ ଆଦିରେ ଆଧାରକାର୍ଡ ସଂଯୋଗ କରିବାକୁ ଦାବି କରିବା ପରେ ଏପରି ଚର୍ଚ୍ଚା ହେଉଛି।

ତାମିଲ୍‌ଡ଼ାଡୁ ସରକାରଙ୍କର ଏପରି ଦାବିକୁ ବିରୋଧ କରି ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ୱାରସ୍ଥ ହୋଇଛି ଫେସ୍‌ବୁକ୍‌। ଏହି ମାମଲାର ବିଚାର କରିବା ପାଇଁ ସୁପ୍ରିମ୍‌କୋର୍ଟ ସୋସିଆଲ୍‌ ମିଡିଆର କମ୍ପାନିମାନଙ୍କ ସହ ତାମିଲନାଡୁ ସରକାର, କେନ୍ଦ୍ର ସରକାର ଓ ପୁଲିସ୍‌ କମିସନରଙ୍କୁ ଡକାଇଛନ୍ତି।ଦିନକୁ ଦିନ ସୋସିଆଲ୍‌ ମିଡିଆରେ ଅପରାଧ ବଢୁଥିବାର ଲକ୍ଷ୍ୟ କରି ତାମିଲ୍‌ନାଡୁ ସରକାର ଏପରି ଦାବି କରିଛନ୍ତି। ନକଲି ଆକାଉଣ୍ଟ୍‌ଗୁଡ଼ିକରେ ବିପୁଳ ମାତ୍ରାରେ ଭାରତ ବିରୋଧୀ ତଥା ଅନ୍ୟାନ୍ୟ ଆପତ୍ତିଜନକ ପୋଷ୍ଟ୍‍ ଦେଖିବାକୁ ମିଳୁଛି। ଏପରିକି ଅନେକ ବେନାମୀ ପୋଷ୍ଟ୍‍ ଦେଶର ସାଂପ୍ରଦାୟିକ ଭାବନାକୁ କ୍ଷୁର୍ଣ୍ଣ କରୁଛି। ଏସବୁର ସମାଧାନ ପାଇଁ ତାମଲ୍‌ନାଡୁ ସରକାର ସୋସିଆଲ୍‌ ମିଡିଆ ସାଇଟ୍‌ଗୁଡ଼ିକରେ ଆଧାରକାର୍ଡ ଯୋଡ଼ିବା ପ୍ରସ୍ତାବ ଦେଇଛନ୍ତି।