
ବେଲଗୁଣ୍ଠା , ୧୬/୦୮/୨୨ ( ଜିଲ୍ଲା ଖବର ) : ବେଲଗୁଣ୍ଠା ଅଞ୍ଚଳରେ ଅତି ଆନନ୍ଦ ଓ ଉତ୍ସାହ ର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି ।ଦେଶ ସ୍ୱାଧୀନ ପାଇବାର ୭୫ ତମ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ବେଲଗୁଣ୍ଠା ବ୍ଳକର ସମସ୍ତ ପଞ୍ଚାୟତ ଓ ଏନ୍.ଏ.ସି ରେ ପ୍ରତ୍ୟେକ ଘର ମାନଙ୍କରେ ତ୍ରିରଙ୍ଗା ପତାକା ଉଡୁଥିବା ଲକ୍ଷ୍ୟ କରାଯାଇଥିଲା ।



ବେଲଗୁଣ୍ଠା ବଣିକ ସଂଘ ତରଫରୁ ଦେଶ ସ୍ୱାଧୀନତା ଲାଭ କରିବାର ୭୫ ତମ ପୁର୍ତି ଅବସରରେ ସଂଘ ର ସଦସ୍ୟ ମାନେ ୭୫ ମିଟର ଜାତୀୟ ପତାକା ଧରି ବେଲଗୁଣ୍ଠା ସହର ପରିକ୍ରମା କରିଥିଲେ ।ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ପତାକା ଉତ୍ତୋଳନ କରିଥିଲେ ।



ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଥାନାରେ ଥାନାଧିକାରୀ ପ୍ରକାଶ କୁମାର ସାହୁ, ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟାଳୟ ଓ ବ୍ଳକ ପଡିଆ ଠାରେ ନଗରପାଳ ଫିରୋଜ ସେଠୀ ଓ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ଆଇନଜୀବୀ ସନ୍ତୋଷ ପଣ୍ଡା ,


ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟ ରେ ସମାଜସେବୀ ଭି ଦେବୀ ପ୍ରସାଦ ପାତ୍ର,ବଙ୍କା ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ଶୁଭଶ୍ରୀ ପରିଡା,ଜାଲଖାଇ ବିଦ୍ୟାଳୟରେ ଜିଲ୍ଲା ପରିଷଦ ସଦସ୍ୟ ସୁଧୀର କୁମାର ଜେନା, ମଙ୍ଗଳପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ସମ୍ପାଦକ ମାଧବ ଚନ୍ଦ୍ର ଆପଟ,


ଗୋବରା ପଞ୍ଚାୟତ ରେ ସରପଞ୍ଚ ସୁପ୍ରଭା ନାୟକ, ଗାଙ୍ଗପୁର ଥାନା ଓ ଗୋବରା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟରେ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ, ଗାଙ୍ଗୁପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ପାଇଲିପଡା ଡାକ୍ତରଖାନା ରେ ଡ଼ା ସରୋଜ ପ୍ରଧାନ,ପାଇଲି ପଡା ସେବା ସମିତି କାର୍ଯ୍ୟାଳୟ ରେ ସଭାପତି ରବୀନ୍ଦ୍ର କୁମାର ପାତ୍ର,ବଡବୋର୍ ସିଂ ପଞ୍ଚାୟତ ରେ ସରପଞ୍ଚ ରାମେଶ୍ବର ପାତ୍ର,ବେଣୀପଲ୍ଲି ପଞ୍ଚାୟତ ରେ




