Friday, November 13, 2026
Home ଆଞ୍ଚଳିକ ବୁଗୁଡ଼ା ସହର ଉପକଣ୍ଠରେ ଥିବା କାରଗିଲ୍ ଶହୀଦ ସ୍ମୃତି ପୀଠରେ ଅମୃତ ମହୋତ୍ସବ ପାଳିତ।

ବୁଗୁଡ଼ା ସହର ଉପକଣ୍ଠରେ ଥିବା କାରଗିଲ୍ ଶହୀଦ ସ୍ମୃତି ପୀଠରେ ଅମୃତ ମହୋତ୍ସବ ପାଳିତ।

56

ବୁଗୁଡ଼ା , ୧୬/୦୮/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ଉପକଣ୍ଠରେ ଥିବା କାରଗିଲ୍ ଶହୀଦ ସ୍ମୃତି ପୀଠ ପରିସରରେ ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ସେବା ନିବୃତ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ ସଂଘ ସଭାପତି ସୂର୍ଯ୍ୟ ନାରାୟଣ ଦାଶ ପତକା ଉତ୍ତୋଳନ ସହ ଜାତୀୟ ସଂଗୀତ ଗାନ କରିଥିଲେ।

ତା’ପରେ ଦେଶ ପ୍ରେମରେ ଅନୁପ୍ରାଣିତ ହୋଇ ଦେଶପାଇଁ ଶହୀଦ ହୋଇଛନ୍ତି ଏବଂ ସ୍ବାଧିନତା ପାଇଁ ସଂଗ୍ରାମ କରି ଯେଉଁମାନେ ଜୀବନ ଦେଇଛନ୍ତି ସେହି ମହାପୁରୁଷମାନଙ୍କ ସ୍ମୃତିଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ବିପ୍ରଚରଣ ପାଣିଗ୍ରାହୀଙ୍କ ସଂଯୋଜନାରେ ପ୍ରମୋଦ କୁମାର ପଟ୍ଟନାୟକ,ଗଙ୍ଗାଧର ନନ୍ଦ,ରାଧାଶ୍ୟାମ ପଣ୍ଡା,

ଚରଣ ପ୍ରଧାନ,ଦୁଃଖିଶ୍ଯାମ ଜେନା,ବିଜୟ କୁମାର ମହାନ୍ତି,କାଶୀନାଥ ବେହେରା ଏବଂ ଅର୍ଜୁନ ପାତ୍ର ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।

ତା’ସହ ସେହି ଗହଣରେ ବୁଗୁଡ଼ା ସହରର ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦ ସମ୍ପାଦକ ତ୍ରିଲୋଚନ ପଣ୍ଡା ମଧ୍ୟ ଯୋଗଦାନ କରି ଅମୃତ ମହୋତ୍ସବ କୁ ମନାଇଥିଲେ।

ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ତ୍ରିଲୋଚନ ପଣ୍ଡାଙ୍କ ରିପୋର୍ଟ ଜିଲ୍ଲା ଖବର।