
ଆସିକା , ୧୬/୦୮/୨୨ ( ଜିଲ୍ଲା ଖବର ) : ଆଦ୍ୟ ସ୍ଵାଧୀନତା ଦିବସର ୭୫ ତମ ପବିତ୍ର ଅମୃତ ମହୋତ୍ସବ ମମ୍ ସ୍କୁଲ ଅଫ ଏକ୍ସଲେନ୍ସି ବିଦ୍ୟାଳୟରେ ଅତି ଉତ୍ସାହ ର ସହ ପାଳନ କରାଯାଇଛି ।
ଏହି ଅବସରରେ ମମ୍ ସ୍କୁଲ ଅଫ ଏକ୍ସଲେନ୍ସି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ , ଅତିଥି ବୃନ୍ଦ , ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ସମେତ ଅନ୍ୟାନ୍ୟ ସମାଜସେବୀ , ବୁଦ୍ଧିଜୀବି , ସାମ୍ବାଦିକ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।


ଦୀର୍ଘ ଦୁଇ ବର୍ଷ ମହାମାରୀ କୋରନା ର ପ୍ରକୋପରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ଜାତୀୟ ଦିବସକୁ ପାଳନ କରି ପାରୁ ନଥିଲେ । କେବଳ ଶିକ୍ଷକ ମାନେ ବିଦ୍ୟାଳୟ କୁ ଯାଇ ଏହା ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।କିନ୍ତୁ ଏ ବର୍ଷ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମନେ ମିଶି ଆମର ଏହି ସ୍ଵାଧୀନତା ଦିବସକୁ ପାଳନ କରିଛନ୍ତି।


ଏହାକୁ ନେଇ ପିଲାମାନଙ୍କ ମନରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଦ୍ୟାଳୟର ସଭାପତି ଶ୍ରୀ ଶିବ ପ୍ରସାଦ ଜେନା , ସମ୍ପାଦକ ଶ୍ରୀ j . ରବିନ୍ଦ୍ର ନାଥ ପାତ୍ର, ଅଧ୍ୟକ୍ଷା ସୁଶ୍ରୀ ପ୍ରତିମା କୁମାରୀ ପାତ୍ର ,

ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟ ଡାକ ପ୍ରବନ୍ଧକ ଶ୍ରୀ ଉତ୍ତର କୁମାର ପରିଡ଼ା, ଅବସରପ୍ରାପ୍ତ ବିଜ୍ଞାନ ଅଧ୍ୟାପକ, ଆଧ୍ୟାତ୍ମିବିତ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାୟଗୁରୁ ଯୋଗ ଦେଇଥିଲେ ଏବଂ ଶ୍ରୀ ନିକୁଞ୍ଜ କିଶୋର ନାୟକ ମଞ୍ଚ ଉପସ୍ଥାପନା କରିଥିଲେ।


ପରିଶେଷରେ ଶ୍ରୀ ସାଇ ପ୍ରସାଦ ପାଣିଗ୍ରାହୀ ଶେଷ ବକୃତା ଦେଇ ସଭାସଙ୍ଗ କରିଥିଲେ ଏବଂ ଏଠାରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେଲେ ।


କୁନି କୁନି ଛାତ୍ରଛାତ୍ରୀମାନେ ସୁନ୍ଦର ଅଭିଭାଷଣ ପ୍ରଦାନ କରିବା ସହିତ ଦେଶାତ୍ମକ ସଙ୍ଗୀତ ଗାନ କରିଥିଲେ ।



ଛାତ୍ର ଛାତ୍ରୀ ମାନେ ସୁନ୍ଦର ଭାବରେ ପେରେଡ୍ ପ୍ରଦର୍ଶନ କରିଥିଲେ ଏବଂ ଏହାକୁ ଶ୍ରୀ ନିକୁଞ୍ଜ କିଶୋର ନାୟକ ଓ ଶ୍ରୀ ଶମ୍ଭୁ ଶଙ୍କର ବୈଠାରୁ ପରିଚାଳନା କରିଥିଲେ ।

ପରିଶେଷରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟ ତରଫରୁ ଜଳ ପାନର ବ୍ୟବସ୍ଥା କରାଯାଇଥିଲା ।



